ଚିଲିକା ଗର୍ବ କରେ ତାର ଇତିହାସ କୁ ନେଇ,ଗର୍ବକରେ ତାର କିମ୍ବଦନ୍ତୀ କୁ ନେଇ,ଗର୍ବ କରେ ତାର ସ୍ୱନ୍ଦର୍ଯ୍ୟ କୁ ନେଇ ।
ଓଡ଼ିଶା ପର୍ଯ୍ୟଟନ ରେ ଚିଲିକା ର ସ୍ଥାନ ସ୍ଵତନ୍ତ୍ର । ଏସିଆ ମହାଦେଶର ସର୍ବବୃହତ ହ୍ରଦ ଚିଲିକା । ବିଭିନ୍ନ ଦେଶର, ବିଭିନ୍ନ ପ୍ରକାରର ପକ୍ଷୀ ଶୀତ ଦିନେ ଆସନ୍ତି ଏଠାରେ ବିଚରଣ ପାଇଁ । ଖୋର୍ଦ୍ଧା, ପୁରୀ ଏବଂ ଗଂଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଏହାର ନିଆରା ପରିଚୟ । ବରକୁଳ ଠାରୁ ଚିଲିକା ପାଇଁ ସ୍ଵତନ୍ତ୍ର ନୌକା ତଥା ବୋଟ ର ବ୍ୟବସ୍ଥା ଅଛି l ଯାତ୍ରୀମାନଙ୍କ ସୁବିଧା ପାଇଁ ଲାଇଫ ଜ୍ୟାକେଟ ସହିତ ପ୍ରଶିକ୍ଷିତ ନୌକା ଚାଳକ ଥାଆନ୍ତି l କାଳିଜାଇ ଦ୍ଵୀପ,ନଳବଣ, ଚଡେଇ ଗୁହ ପାହାଡ଼, ସାତପଡ଼ା ଡଲଫିନ ଦୃଶ୍ୟ,ପାରିକୁଦ କିଙ୍ଗ ପ୍ଲେସ,ରାଜହଂସ, କାଳୀ ଯୁଗେଶ୍ୱର୍, ସି ମାଉଥ , ହୋନୀମୁନ ଆୟସଲ୍ୟାଣ୍ଡ ଓ ସୁଆଦିଆ ଖାଦ୍ୟକୁ ଉପୋଭୋଗ କରିବାକୁ ଦେଶ ତଥା ବାହାର ଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି ।
ଆସନ୍ତୁ ବୁଲିଯିବା ଚିଲିକା ଓ ତାର ସ୍ଵନ୍ଦର୍ଯ୍ୟ କୁ ଦେଖିବା ।
ଚିଲିକାରୁ ଜି. ରବିନ କୁମାର – ଟାଇମ୍ସ ଅଫ୍ କଳିଙ୍ଗ