ପୁରୀରେ ପ୍ରଥମ ଗରୀବ ଜନଗର୍ଜନ ମହାସମାବେଶରେ ଗରୀବ କ୍ଷୁଦ୍ର ବ୍ୟବସାୟୀମାନେ ଶାସନ ବିରୋଧରେ ଆବାଜ ଉଠାଇଛନ୍ତି। ଶ୍ରୀକ୍ଷେତ୍ରରେ ଅନ୍ୟ କୌଣସି ଶିଳ୍ପ ଓ ରୋଜଗାର ସଂସ୍ଥା ନଥିବାରୁ ଗରୀବମାନେ ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ କ୍ଷୁଦ୍ର ବ୍ୟବସାୟ କରି ଜୀବିକା ଚାଲାନ୍ତି। ପୂର୍ବ ଓ ବର୍ତମାନ ସରକାରଙ୍କ ଗରୀବ ମାରଣ ନୀତି ଫଳରେ ବେଆଇନ ଉଚ୍ଛେଦ କାର୍ଯ୍ୟ ଚାଲିଛି, ଯାହାରେ ଗରୀବମାନଙ୍କର ଜୀବନ ଦୁର୍ବିଷହ ହେଉଛି। ଗରୀବ ବ୍ୟବସାୟୀମାନଙ୍କୁ ବଡ଼ ବଡ଼ ସଂସ୍ଥା ପାଇଁ ସମୁଦ୍ରକୂଳ ଓ ବଡ଼ଦାଣ୍ଡରୁ ଉଠାଇ ଦିଆଯାଇଛି, କିନ୍ତୁ ପୁନର୍ବସନ ଏବଂ ଆର୍ଥିକ ସହାୟତାର ନାମେ କିଛି ହେଉ ନାହିଁ। ପରିବାରମାନେ ଭୋକ ଉପାସରେ ରହୁଛନ୍ତି ଓ ପ୍ରଶାସନର ଏହି ଚରମ ବିଶୃଙ୍ଖଳା ପ୍ରତିବାଦରେ ସମସ୍ତ ଗରୀବ ଉଠାଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀ ଜିଲ୍ଲାପାଳ ଅଫିସ୍ ଘେରାଓ କରୁଛନ୍ତି।