କୁକୁଡ଼ାଖଣ୍ତି ବ୍ଲକ୍ ଅନ୍ତର୍ଗତ ବାଲିପଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଶ୍ରୀ ଗୁରୁଜୀ ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଏକ ବିଂଶତି ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସରସ୍ବତୀ ବିଦ୍ୟାମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ହରି ମୋହନ ଜେନା ଙ୍କ ସଭାପତିତ୍ବରେ ମଙ୍ଗଳବାର ଅପରାହ୍ନ ସମୟରେ ଏକ ବିଂଶତି ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କୁକୁଡ଼ାଖଣ୍ତି ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏଥିରେ ସାନଖେମୁଣ୍ଡି ଓ ଧରାକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ, ବ୍ରହ୍ମପୁର ବଡ଼ ମେଡ଼ିକାଲର ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଆଇ ଗୋପାଲ , ବାଲିପଡା ମହୁରୀ କାଳୁଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡାକ୍ତର ସୂର୍ଯ୍ୟ ନାରାୟଣ ଦାଶ, ଗଞ୍ଜାମ ଜିଲ୍ଲା ଶିକ୍ଷା ବିକାଶ ସମିତି ପ୍ରମୁଖ ଉପେନ୍ଦ୍ର କୁମାର ପଣ୍ଡା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବିଭାଗ କାର୍ଯ୍ୟନି ବାହ ମନୋଜ କୁମାର ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ବଳ ଘଟୁଛି କହିବା ସହ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଯତ୍ନବାନ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ। ଏଥିରେ ସମ୍ପାଦକ ଟୁକୁନା ବିଷୋୟୀ, ଉପଦେଷ୍ଟା ସଞ୍ଜୟ କୁମାର ପାଣିଗ୍ରାହୀ, ମୋନଜ ବିଷୋୟୀ, ଗୋବିନ୍ଦ ବିଷୋୟୀ, ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀ କାନ୍ତ ମିଶ୍ର ବାର୍ଷିକ ବିବରଣୀ ପାଠନ କରିଥିଲେ । ଉପସ୍ଥିତ ଅତିଥିମାନେ ହେଲେ ଜିଲ୍ଲା ପରିଷଦ ଶିବାନୀ ସେଠୀ, ସରପଞ୍ଚ ଝିଲି ସେଠୀ, ସନ୍ତୋଷ ଗୌଡ଼, ଈଶ୍ୱର ଭୂୟାଁ, ହରିମୋହନ ଜେନା, ଜିତେନ୍ଦ୍ର ସେଠୀଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କମିଟି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା ଅତିଥିମାନଙ୍କ ଦ୍ବାରା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା l ବାଲିପଡା ରୁ ଜି. ରବୀନ କୁମାରଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ।

Leave a Reply

Your email address will not be published. Required fields are marked *

preload imagepreload image