ପଶ୍ଚିମ ଓଡ଼ିଶାର ଭିନ୍ନ ପରିଚୟ ସୃଷ୍ଟି କରିଥିବା କୃଷିଭିତ୍ତିକ ପର୍ବ ନୂଆଖାଇ ଆଉ ପୌଷ ପୂର୍ଣ୍ଣିମା । ନୂଆଖାଇ ଦିନ ନୂଆ ବାହାରିଥିବା ଧାନକୁ ଇଷ୍ଟ ଦେବୀଙ୍କ ପାଖରେ ଭୋଗ ଲାଗି ହୋଇଥାଏ। ଓ ପୌଷ ପୂର୍ଣ୍ଣିମା ଦିନ ଅମଳ ହୋଇଥିବା ଧାନକୁ ଲୋକ ମାନଙ୍କୁ ଆନନ୍ଦ ମନରେ ବଣ୍ଟନ କରାଯାଇଥାଏ। ଏହି ପୌଷ ପୂର୍ଣ୍ଣିମା ଦିନ ଚସା ଭାଇମାନେ ନୂତନ ବର୍ଷ ଗଣତି କରି ଅନ୍ୟ ମାଲିକ ମାନଙ୍କ ପାଖକୁ କାମ କରିବାକୁ ଯାଇଥାନ୍ତି ପୌଷ ପୂର୍ଣ୍ଣିମା ଦିନ ଛୁଆ ବୁଢ଼ା ସମସ୍ତେ ଭୋର ସକାଳୁ ଘର ଘର ବୁଲି ଛେର୍ ଛେର ଛେରା କହି ଧାନ ମଗିଥାନ୍ତି। ଲୋକମାନଙ୍କ ର ବିଶ୍ୱାସ ଅଛି ଯେ, ଏହି ଦିନ ଭିକ୍ଷା ମାଗିଲେ, ଧାନ ଦେବା ଲୋକ ଓ ଧାନ ମାଗିବା ଲୋକଙ୍କ ଗ୍ରହ ରିଷ୍ଟ, ରୋଗ ବ୍ୟାଧି ଖଣ୍ଡନ ହୋଇଥାଏ।
ନୂଆପଡ଼ା ରୁ ମନୋହର ବାଗ ଙ୍କ ରିପୋର୍ଟ Times of kalinga