ଗୋପ :- 19/01/2025 ( ) ମନୁଷ୍ୟ ଜୀବନର ପ୍ରତିଟି ମୁହୂର୍ତ୍ତ ସଙ୍ଘର୍ଷମୟ ଓ ଅତି ମୂଲ୍ୟବାନ ଅଟେ l ସେଥିପାଇଁ ଜଣେ ସୁସ୍ଥ ଶବଳ ମନୁଷ୍ୟ ବର୍ଷକୁ ଅତିକମ ରେ 4 ଥର ରକ୍ତଦାନ କରିବା ଆବଶ୍ୟକ ବୋଲି ଡାକ୍ତର ଙ୍କ ପରାମର୍ଶ l କିଏ ଜାଣେ ଆଜିର ତୁମର ଏ ରକ୍ତ ଟି କାଲି କୁ ନିଜର ଆତ୍ମୀୟ ଙ୍କ କାର୍ଯ୍ୟ ରେ ନ ଆସିବ l ଆପଣଙ୍କ ଗୋଟିଏ ବିନ୍ଧୁଏ ରକ୍ତ ଅନ୍ୟ ଜଣକ ଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେଵ l ଏହା ସଠିକ ମହତ କୁ ପୁରୀ ଜିଲ୍ଲାର ଗୋପ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଯୁବ ସଂଗଠନ ଟି ହେଉଛି ଉତ୍ସର୍ଗ ପରିବାର l ଗତ 2017 ମସିହା ରୁ ଉତ୍ସର୍ଗ ପରିବାର ଗଠିତ ହେଲାଣି ଏହା ବର୍ତ୍ତମାନ ସମଗ୍ର ରାଜ୍ୟରେ ବେଶ ପରିଚିତ ସହିତ ଅନେକ ସୁନାମ ଅର୍ଜନ କରିସାରିଲେଣି l ଏହାର ପ୍ରାଣ ପ୍ରତିଷ୍ଠାତା ଯୁବ ସମାଜସେବୀ ବିଷ୍ଣୁ ମୋହନ ପ୍ରଧାନ ଙ୍କ ତତ୍ୱଅବଧାନ ରେ ଉକ୍ତ ଅନୁଷ୍ଠାନ ଟି ବର୍ତମାନ ବୃତ୍ତକାୟ ବଟ ବୃକ୍ଷ ହେବାକୁ ଯାଉଛି l ଆଜି ସାହୁ ଟିୟୁଟରିଆଲ ଓ ଉତ୍ସର୍ଗ ପରିବାର ର ମିଳିତ ସହଯୋଗ ରେ 50 ୟୁନିଟ ରକ୍ତ ସଂଗ୍ରହ କରିଥିଲେ l ଏକ ମହତ ଉଦ୍ୟଶ ରଖି ଆଜିର ଏ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା l ଏଥିରେ ପୁରୀ ସହର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ” ସାହିଭାଇ ” ର କର୍ମକର୍ତ୍ତା ସହିତ ନିସ୍ଵାର୍ଥ ପରିବାର, ଓଡିଶା ଜନକଲ୍ୟାଣ ସଙ୍ଘଠନ ର କର୍ମକର୍ତ୍ତା ର ସଦସ୍ୟମାନେ ମଧ୍ୟ ରକ୍ତଦାନ କରିଥିଲେ l ପ୍ରତେକ ରକ୍ତଦାତା ଙ୍କୁ ବ୍ଲର୍ଡ ବ୍ୟାଙ୍କ ପକ୍ଷରୁ ଓ ଉତ୍ସର୍ଗ ପରିବାର ପକ୍ଷରୁ ଏକ ମାନପତ୍ର ପ୍ରଦାନ କରାଯାଇଥିଲା l ଉକ୍ତ ରକ୍ତଦାନ ଶିବିର କୁ ସରସ ସୁନ୍ଦର କରିବା ପାଇଁ ଅନେକ ମହାନ ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ l ଏହି ରକ୍ତଦାନ ଶିବିର ଟି ନିକଟସ୍ତ ବାୟାକୁଦା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜନ କରାଯାଇଥିଲା l ସମାଜସେବୀକା ଶ୍ରୀମନ୍ତୀ ମନାକ୍ଷୀ ପୃଷ୍ଠି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ସମାଜସେବୀ ସଞ୍ଜୟ କୁମାର ବରାଳ, ଗୁରୁ ପ୍ରକାଶ ଚନ୍ଦ୍ର ଖଟୋଇ, ବ୍ରଜବନ୍ଧୁ ମହାରଣା, ଚନ୍ଦ୍ର ଶେଖର ମିଶ୍ର, ବୈଦ୍ୟନାଥ ପାଣି, ପଦ୍ମଲାଭ ସାହୁ, ମାନସି ସାହୁ, ସ୍ନେହଲତା ପରିଡା ପ୍ରମୁଖ ଅତିଥି l ଶେଷରେ ସଭାପତି ଲକ୍ଷ୍ମୀଧର ବେହେରା ସମସ୍ତ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *