କଟକ ସଦର ଅନ୍ତର୍ଗତ କିଶନ ନଗର ଠାରେ ସରକାରୀ ବିଦେଶୀ ମଦ ଦୋକାନ ବନ୍ଦ କରିବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଜୋରଦାର ଦାବି କରାଯାଇଛି।ଅନ୍ୟ ପଟେ କିଶନ ନଗର ନିଶାମୁକ୍ତ ସଂଗ୍ରାମ ସମିତି ପକ୍ଷରୁ ଜୋରଦାର ପ୍ରତିବାଦ ଆରମ୍ଭ ହୋଇଛି। ଏ ନେଇ କଟକ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ କିଶନ ନଗର ତହସିଲଦାର କ୍ଷୀରୋଦ କୁମାର ଦାସଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଏହି ଦାବିପତ୍ରରେ ବିଭିନ୍ନ ସଙ୍ଗଠନ ଓ ଅଞ୍ଚଳବାସି ଙ୍କ ସମେତ କିଶନ ନଗର ସରପଞ୍ଚ ସୁଜାତା ସେଠି ଦାବିପତ୍ରରେ ସ୍ୱାକ୍ଷର କରିଛନ୍ତି ।ତେବେ ଆଗାମୀ ଦିନରେ କିଶନ ନଗର ଅଞ୍ଚଳରୁ ମଦ ଦୋକାନ ପ୍ରତିଆହୃତ ନ ହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଗ୍ରାମ ସମିତି କଡ଼ା ଚେତାବନୀ ଦେଇଛନ୍ତି।ଦାବିପତ୍ର ପ୍ରଦାନ ସମୟରେ ସଂଗ୍ରାମ ସମିତିର ଆବାହକ ବିକ୍ରମ ବିଶୋଇ, ଛତ୍ରପତି ସିଂ,ଭବାନୀ ଶଙ୍କର ରାୟ,ସତ୍ୟ ସିଦ୍ଧାନ୍ତ ଦାସ, ପ୍ରମୁଖ ଶତାଧିକ ପ୍ରତିବାଦକାରି ଉପସ୍ଥିତ ଥିଲେ।ତେବେ ସଦର ବିଧାୟକ ଓ ପ୍ରଶାସନ ଏଥିପ୍ରତି ଗୁରୁତ୍ଵ ଦେଉଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା
କଟକ ସଦର ରୁ ଅଫସର ଅଲ୍ଲୀ ଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ।