ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କର ଦୁଇ ଦିନିଆ କେନ୍ଦୁଝର ଗସ୍ତର ପ୍ରଥମ ଦିନର ସେ କେନ୍ଦୁଝର ସର୍କିଟ ହାଉସ ଠାରେ ପହଞ୍ଚି କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟା ସମୟ ରେ ପ୍ରଥମେ ସେ ମଣ୍ଡୁଆ ସ୍ଥିତ ତାଙ୍କ ବାସଭବନ କୁ ଯାଇ ସେଠାରୁ ନିଜ ଜନ୍ମ ମାଟି ରାଇକଳା ରେ ଯାଇ ପହଞ୍ଚି ଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜ ଜନ୍ମ ମାଟି ରେ ପହଞ୍ଚିବା ପରେ ପରିବାର ପକ୍ଷରୁ ତାଙ୍କର ପାଦ କୁ ଧୋଇ ଦେବା ସହ ତାଙ୍କୁ ବନ୍ଦାପନା କରି ଘରକୁ ପାଛୋଟି ନିଆ ଯାଇଥିଲା | ମୋହନ ଜନ୍ମ ମାଟି ରାଇକଳା କୁ ଆସିଥିବା ଖୁସିରେ କିଛି ଲୋକ ଉପସ୍ଥିତ ସମସ୍ତଙ୍କୁ ମିଠା ବାଣ୍ଟିଥିବା ଦେଖିବାକୁ ମିଳିଥିଲା । ଗାଁ ରେ କିଛି ଲୋକ ତାଙ୍କୁ ତାଙ୍କର ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରିଥିଲେ I
ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତା ରେ ପ୍ରଥମେ ସମସ୍ତ ରାଜ୍ୟବାସୀ ଙ୍କୁ କାଳୀ ପୂଜା ର ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ସେ କହିଛନ୍ତି ଯେ ତାଙ୍କ ଗାଁ ରେ କାଳୀ ପୂଜା ଅବସରରେ ବହୁତ ଧୁମ ଧାମ ରେ ବନ୍ଦନା ପର୍ବ ଓ ଗୋଠଣି ପୂଜା ହୁଏ ସମସ୍ତେ ସାମିଲ ହୋଇ ମାଦଳ ବଜାଇ ଗୀତ ଗାଇ ତାର ତାଳେ ତାଳେ ଝୁମନ୍ତି ନାଚନ୍ତି ଓ ପ୍ରସାଦ ସେବନ ହୁଏ | ଛୁଆଟି ଦିନରୁ ସେ ଏହାକୁ ପାଳି ଆସୁଛନ୍ତି ତେଣୁ ସେ ଏହି ପର୍ବକୁ ଏବେ ବି ଭୂଲି ପାରିନାହାନ୍ତି ଓ ଏହି ପର୍ବ ପାଳନ କରିବାକୁ ଗାଁ କୁ ଆଜି ଧାଇଁ ଆସିଛନ୍ତି ବୋଲି କହିଛନ୍ତି | ଆହୁରି ମଧ୍ୟ ତାଙ୍କ ସାନ୍ତାଳି ସଂପ୍ରଦାୟ ରେ ଏହି ପର୍ବ କୁ ସହରାଇପାରବ ବୋଲି କୁହାଯାଏ ତାହା ମଧ୍ୟ ସେ ତାଙ୍କ ସଂପ୍ରଦାୟ ର ଲୋକ ମାନଙ୍କ ସହ ଧୂମ ଧାମ ରେ ପାଳନ କରିବେ । ଗାଁ ରେ ପହଞ୍ଚିବା ପରେ ଲୋକେ ତାଙ୍କୁ ମାଦଳ ଓ ଢ଼େଲ ବଜାଇ ତାର ତାଳେ ତାଳେ ନିଚି ଗୀତ ଗାଇ ଗୋଠାଣି ପୂଜା ସ୍ଥାନ କୁ
ନେଇଥିଲେ ଓ ପରେ ଗୋଟିଏ ସ୍ଥାନରେ ବସି ଅନେକ ସମୟ ଧରି ଗାଁ ଲୋକ ଙ୍କ ସହ ଗପସପ କରିବା ପରେ ମୋହନ ମାଝି ଖୁସିରେ ମାଦଳ ବଜାଇଥିଲେ ।
ଆସନ୍ତାକାଲି ମଧ୍ୟ ଗାଁରେ ଓ ପରେ କେନ୍ଦୁଝର ସହର ର ବିଭିନ୍ନ ପୂଜା ମଣ୍ଡପ ବୁଲି ମା କାଳୀ ଙ୍କ ଆର୍ଶିବାଦ ନୋବେ | ଏହି ପୂଜା ସମୟ ରେ ସେ ଓଡିଆ ଅସ୍ମିତା ର ବର୍ତ୍ତା ମଧ୍ୟ ଦେଇଛନ୍ତି | ପୂଜା ରେ ବ୍ୟବହାର ହେଉଥିବା ଦିପ , ଶଳିତା , ତେଲ ଆଦି ସ୍ଥାନୀୟ ଉତ୍ପାଦିତ ସାମଗ୍ରୀ ବ୍ୟବହାର କରିବାକୁ ସେ ରାଜ୍ୟ ବାସୀଙ୍କୁ ଆହ୍ବାନ ଦେଇଛନ୍ତି ।
ଏହା ପରେ ରାତି ୯ ସମୟରେ ସର୍କିଟ ହାଉସ ଫେରି ଆସି ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପୁନର୍ବାର ସକାଳ ୯ ଟା ସମୟରେ ନିଜ ଜନ୍ମ ମାଟି ରାଇକଳା କୁ ଯାଇ ପରିବାର ଲୋକ ଓ ମା ଙ୍କ ସହ କିଛି ସମୟ ବିତାଇବା ପରେ ଦିନ ଚାରିଟା ସମୟରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି l