ଗୋଶାଣୀନୂଆଗାଁ ଥାନା ଅଞ୍ଚଳ ରେ ୨୦୧୩ ଜାନୁଆରୀ ୨୯ ତାରିଖରେ ହୋଇଥିବା ବହୁ ଚର୍ଚ୍ଚିତ ବ୍ରହ୍ମପୁର ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରଦଣ୍ଡା ରେ ଦଣ୍ଡିତ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ। ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ମାନେ ହେଲେ ରାକେଶ ପଣ୍ଡା ଓରଫ ମାଙ୍ଗ, ଟୁକୁନା ବେହେରା, ଡାକ୍ତର ଓରଫ ସନ୍ତୋଷ କୁମାର ସାହୁ, ମୃତ୍ୟୁଞ୍ଜୟ ସାବତ, ଇଚିଲି ଓରଫ ସନ୍ତୋଷ ପାଣଗ୍ରାହୀ, ବୁଡୁ ଦାସ, ଗଣେଶ ପାଣିଗ୍ରାହୀ, ଏସ କେ ଜାଫିର, ବାବାଜୀ ରଣା, ଶଙ୍କର୍ଷଣ ପାଢ଼ୀ ଏବଂ ଶଙ୍କର ବେହେରା। ଏହି ମାମଲାର ବିଚାରଣ ସରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ରଙ୍କୁ ପୁଲିସ ଧରିବାରେ ବିଫଳ। ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ମଉଜ ମିଶ୍ର କାହା ଛତ୍ରଛାୟା ତଳେ ରହି ପୁଲିସକୁ ଚକମା ଦେଇଚାଲିଛନ୍ତି ଏହା ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି।