ଆଜି ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଶାସ୍ତ୍ରୀଜୀ ଉପ୍ରା ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନ ୨୦୨୪-୨୫ଅନୁଷ୍ଠିତ ହୋଇଯାଇଛି । ଯାହାକି ଏହି ବିଦ୍ୟାଳୟ କୁ ଗୌରବାନିତ୍ବ କରୁଛି।ପ୍ରଥମେ ୧୯୯୩ ମସିହାରେ ସ୍ବର୍ଗତ ଶିକ୍ଷାବିତ୍ ଦାମୋଦର ମିଶ୍ରଙ୍କ ସମୟରେ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଗୋପପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅପୂର୍ବ ମଙ୍ଗଳ ମାଙ୍ଗଲ୍ୟରେ ଦୁଇ ଦିବସୀୟ ବିଜ୍ଞାନ ପ୍ରଦର୍ଶନ ମେଳାର ମୂର୍ଚ୍ଛନା ତୋଳି ଥିଲେ ଅତି ଆଡମ୍ବର ପୂର୍ଣ୍ଣ ବିଜ୍ଞାନ ପ୍ରଦର୍ଶନ ମେଳା ବଡ଼ମ୍ବା ବ୍ଲକ ସାରା ରାଜ୍ଯ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତେଣୁ ଏହି ଅବସରରେ ବଡମ୍ବା ବିଧାୟକ ଶ୍ରୀଯୁକ୍ତ ଦଳବେହେରା ମୂଖ୍ୟ ଅତିଥି ଭାବେ ଓ କିଶୋର ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ବଡମ୍ବା ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁପତି ମହାନ୍ତି ଓ ଉପାଧ୍ୟକ୍ଷା ଶ୍ରୀମତି ସ୍ବର୍ଣ୍ଣ ଲତା ବେହେରା ଓ ସରକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ତଥା BICC ଶ୍ରୀଯୁକ୍ତ ବିବେକା ନନ୍ଦ ସାହୁ ଯୋଗ ଦେଇ ବିଜ୍ଞାନ ମେଳା କୁ ଆଗେଇ ନେଇଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମତ୍ତଗଜ ସିଂ ଙ୍କ ସୂଚନା କ୍ରମେ ଏହି ବିଜ୍ଞାନ ମେଳାରେ ୮୦ଜଣ ବାଲ ବୈଜ୍ଞାନିକ ୮୦ ଟି ପ୍ରୋଜେକ୍ଟ ରେ କାମ କରିଥିଲେ । ଏଥିରେ ବିଜ୍ଞାନ ସମ୍ବନ୍ଧୀୟ ସାତ ଟି ବିଭାଗ ରେ ଶିକ୍ଷକ ମାନଙ୍କ ର ପ୍ରଶ୍ନର ଉତ୍ତର ଦେବା ସହିତ ମେଳା ଦେଖି ଆସିଥିବା ପିଲାମାନଙ୍କୁ ମଧ୍ୟ ବୁଝାଇଥିଲେ। ଏବଂ ଏହି ଅବସରରେ ବ୍ଳକ ରେ ଥିବା ପ୍ରତ୍ୟେକ ବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏବଂ ପରିଶେଷରେ ସଭାପତି ଙ୍କ ଦ୍ଵାରା ସଭାସାଙ୍ଗ ଘୋଷଣା କରାଯାଇଥିଲା।