ଓଡିଶା ରାଜ୍ୟରେ ଥିବା ସମୁଦାୟ ଭୌଗୋଳିକ କ୍ଷେତ୍ରର 8869 ବର୍ଗ କି.ମି. ସଂରକ୍ଷିତ ଜଙ୍ଗଲ ଅଛି, ଯାହାକି 5.69 ପ୍ରତିଶତ ଅଟେ l ଏଥି ମଧ୍ୟରେ 19 ଗୋଟି ଅଭୟାରଣ୍ୟ, 1 ଗୋଟି ଜାତୀୟ ଉଦ୍ୟାନ, 2 ଗୋଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଏବଂ 2 ଗୋଟି ସଂରକ୍ଷିତ ଅଞ୍ଚଳ ରହିଛି l ଆମ ରାଜ୍ୟରେ ଏହା ବ୍ୟତିତ 2 ଗୋଟି ପ୍ରସ୍ତାବିତ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ, 1 ଗୋଟି ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଏବଂ 3 ଗୋଟି ହାତୀ ସଂରକ୍ଷଣ ଅଞ୍ଚଳ ରହିଛ, ଏହି ସଂରକ୍ଷିତ ଅଞ୍ଚଳ ତଥା ଅନ୍ୟାନ୍ୟ ଅଞ୍ଚଳ ଯାହାକି ସଂରକ୍ଷିତ ଅଞ୍ଚଳ ତଥା ଜଙ୍ଗଲ କ୍ଷେତ୍ର ବାହାରେ ଯାହାକି ବହୁ ଗୁରୁତ୍ବପୂର୍ଣ ତଥା ବିରଳ ବନ୍ୟଜନ୍ତୁ ପ୍ରଜାତିଙ୍କ ଆଶ୍ରୟ ସ୍ଥଳର ସୁରକ୍ଷା, ସଂରକ୍ଷଣ ଏବଂ ବିସ୍ତାର ସର୍ବଦା ବନ୍ୟଜନ୍ତୁ ସଂସ୍ଥା ଏବଂ ଜଙ୍ଗଲ ବିଭାଗର ପ୍ରାଥମିକ କାର୍ଯ୍ୟକଳାପ ଭାବରେ ପରିଚିତ l ଏହି ଭୂ-ବିବରଣରେ ଥିବା ହିଂସ୍ର ଅଞ୍ଚଳ ଗୁଡ଼ିକରେ ଶିକାର, ଜଙ୍ଗଲ ଅଗ୍ନି ବିପଦ ଇତ୍ୟାଦି ଏବଂ ଜୈବ ଚାପ ମୁଖ୍ୟତଃ ଏହି ସଂରକ୍ଷଣ ଅଞ୍ଚଳର ଏକ ପରିଚାଳନାଗତ ଆହ୍ୱାନ ଭାବରେ ରହିଥାଏ l ଏହି ପରିପ୍ରେକ୍ଷୀରେ ଉନ୍ନ‌ତ ଗତିଶୀଳତା ନିଶ୍ଚିତ କରିବା, ପ୍ରତିକ୍ରିୟା ସମୟ କମ୍ କରିବା, ପ୍ରାକୃତିକ ବିପଦକୁ କମ୍ କରିବା ଏବଂ ଗୁପ୍ତ କାର୍ଯ୍ୟକଳାପକୁ ରୋକିବା ପାଇଁ ସ୍ବତନ୍ତ୍ର ଭାବେ କଷ୍ଟୋମାଇଜଡ୍ ହୋଇଥିବା 51 ଟି ଅଲ-ଟେରେନ୍ ମୋଟର ଯାନ (ଏଟିଭି), କଷ୍ଟୋମାଇଜଡ୍ ସ୍ପ୍ରିଙ୍କଲର ସିଷ୍ଟମ୍ ସହିତ 41 ଅଗ୍ନି ନିର୍ବାପକ ୟୁନିଟ୍ ଏବଂ 47 ଅଗ୍ନି ନିରାକରଣ ସହାୟତା ୟୁନିଟ୍ ସକାଳେ ରାଜ୍ୟ ଉଭିତ ଉଦ୍ୟାନ ଠାରେ ଆୟୋଜିତ ଏକ ସରଳ ସମାରୋହରେ ଜଙ୍ଗଲ କ୍ଷେତ୍ର ବିଭାଗକୁ ପ୍ରଦାନ କରାଯାଇଛି l ଅଧିକ ତୀବ୍ର ପଇଁତରା, ପର୍ଯ୍ୟଲୋଚନା ଏବଂ ନୀରିକ୍ଷଣ ସୁନିଶ୍ଚିତ କରିବା ପାଇଁ ଏଟିଭି ଗୁଡିକ ନିର୍ଦ୍ଦିଷ୍ଟ ଭାବରେ ଦୁର୍ଗମ ଅଞ୍ଚଳ ଗୁଡ଼ିକୁ ଦୃଷ୍ଟିରେ ରଖ୍ କଷ୍ଟୋମାଇଜଡ୍ କରାଯାଇଛି l ସ୍ପ୍ରିଙ୍କଲର ସିଷ୍ଟମ ସହିତ ଅଗ୍ନି ନିର୍ବାପକ ଯାନ ଗୁଡ଼ିକ ବିଶେଷ ଭାବରେ ସଡକ ପାର୍ଶ୍ବରେ ଘଟୁଥିବା ଅଗ୍ନିକାଣ୍ଡ ଏବଂ ପ୍ରତିକ୍ରିୟା ସମୟକୁ ହ୍ରାସ କରି ଜଙ୍ଗଲରେ ଅଗ୍ନିକାଣ୍ଡ ହେତୁ କ୍ଷୟକୁ କମ୍ କରିବା ପାଇଁ ବିଶେଷ ଭାବରେ ଡିଜାଇନ୍ କରାଯାଇଛି l ଏଥିସହ ଅଗ୍ନି ନିରାପତ୍ତା ୟୁନିଟ୍ ଗୁଡ଼ିକ ଅଗ୍ନି ନିରାପତ୍ତା ତଥା ଅଗ୍ନି ନିର୍ବାପକ ପାଇଁ ତ୍ବରିତ ପଦକ୍ଷେପରେ ଉନ୍ନତି ପାଇଁ ସହାୟକ ହେବ l ଏହି ଯାନ ଗୁଡ଼ିକୁ ଟାଟା ମୋଟର୍ସ ଏବଂ ମହିନ୍ଦ୍ରା କମ୍ପାନୀର ବରିଷ୍ଠ ଅଧିକାରୀ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବିତରଣ କରାଯାଇ ଅଛି l ଏହି ବାବଦକୁ ଅର୍ଥ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧୀନରେ ମଞ୍ଜୁର ହୋଇ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ବାରା ଜଙ୍ଗଲ ବିଭାଗକୁ ପ୍ରଦାନ କରାଯାଇଥିଲା l
କଟକରୁ ଲୋଚନ ମୁଦୁଲିଙ୍କ ରିପୋର୍ଟ l