ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଡି.ଏନ. ରିସୋର୍ଟ ଠାରେ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ଏବଂ ଏମଏମଆଇ ନାରାୟଣ ହସ୍ପିଟାଲ ରାୟପୁର ଦ୍ଵାରା ମିଳିତ ଆନୁକୂଲ୍ୟରେ ଏକ ବିଶାଳ ସ୍ୱାସ୍ଥ୍ୟ ପରିଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟକ ଶ୍ରୀ ନବୀନ କୁମାର ଜୈନ, ଏମଏମଆଇ ନାରାୟଣ ହସ୍ପିଟାଲ ରାୟପୁରର ବରିଷ୍ଠ ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ ଶେଖର ପାଢ଼ୀ, ଅର୍ଥୋପେଡିକ ବିଶେଷଜ୍ଞ ଡାକ୍ତର ପଙ୍କଜ କୁମାର ପଟେଲ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାର୍କେଟିଙ୍ଗ ହେଡ ସତନାମ ସିଂ , ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ସଭାପତି ଅମିତ୍ ଶର୍ମା, କାର୍ଯ୍ୟକ୍ରମ ସଂଯୋଜକ ଅଙ୍କୁର କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ରହିଥିଲେ। ମଞ୍ଚ ପରିଚାଳନା ଶାଖା ସଚିବ ଯୁବା ଉମେଶ କନୋଡିଆ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଜୈନ ଏଭଳି ଆୟୋଜନ କରୁଥିବା ମାରୱାଡି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା କୁ ଧନ୍ୟବାଦ ଦେବା ସହ ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରହୁ ଯାହା ଫଳରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସଚେତନତା ବାର୍ତା ପହଞ୍ଚି ପାରିବ ବୋଲି କହିଥିଲେ। ଏହି ସ୍ୱାସ୍ଥ୍ୟ ଆଲୋଚନା କାର୍ଯ୍ୟକ୍ରମରେ ଡାକ୍ତର ଶ୍ରୀ ପାଢୀ ଏବଂ ଡାକ୍ତର ପଟେଲ ରୋଗ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ। ଏହା ସହିତ ସମସ୍ତଙ୍କୁ ହୃଦୟ ରୋଗ ର କାରଣ ଏବଂ ଲକ୍ଷଣ ବିଷୟରେ ଅବଗତ କରିଥିଲେ । ଆଧୁନିକ ଯୁଗର ଲାଇଫ ଷ୍ଟାଇଲ, ଖାଇବାରୁ ଆରମ୍ଭ କରି ଶୋଇବା ଯାଏ କେମିତି ରହିବା କଥା , କଣ ସବୁ କରିବା କଥା , କଣ କରିବା କଥା କଣ ନ କରିବା କଥା ତାହା ଡାକ୍ତର ଟିକିନିଖି ରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଉପଖଣ୍ଡ ମୁଖ୍ୟ ଚିକିତ୍ସଧିକାରୀ ଡାକ୍ତର ପି କେ ନାୟକ,ଡାକ୍ତର ବିଜୁ ଅଗ୍ରୱାଲ, ଡାକ୍ତର ଗୋପବନ୍ଧୁ ସାହୁ, ଡାକ୍ତର ବଳରାମ ସାହୁ, ଡାକ୍ତର ଓଁକାର ହୋତା କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସେଣ୍ଟ୍ରାଲ ଶାଖା ର କୋଷାଧ୍ୟକ୍ଷ ବିବେକ ବିର୍ମିୱାଲ, ସଦସ୍ୟ ନେମିଚନ୍ଦ ଶର୍ମା, ନିଲେଶ ଜୈନ, ଶ୍ରୀରାମ ଅଗ୍ରୱାଲ, ସୌରଭ ଅଗ୍ରୱାଲ, ଭୂପେନ୍ଦ୍ର ଜୈନ, ଶିବଦୟାଲ ଜୈନ,ପ୍ରିତମ ଜୈନ, ବିଶେଷ ଶର୍ମା, ସିଏ ରାକେଶ ଜୈନ, ଆକାଶ ଅଗ୍ରୱାଲ, ହନି ଅଗ୍ରୱାଲ, ଅରୁଣ ଗୁପ୍ତା, ସହ ସାଂସଦ ପ୍ରତିନିଧି ରମେଶ ଅଗ୍ରୱାଲ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର, ଥାନା ଅଧିକାରୀ ବିଶ୍ୱଜିତ୍ ମନବୋଧ, ସରପଞ୍ଚ ନରେଶ ଅଗ୍ରୱାଲ, ବିରବର୍ ସାହୁ, କଣ୍ଟାବାଞ୍ଜି ପ୍ରେସ କ୍ଳବ୍ ସଭାପତି ପ୍ରଭଜିତ ସିଂହ ସାଲୁଜା, ଆଶିଷ ଖେତାନ, ଆନନ୍ଦ ମୋଟେ, ବଣିକ ସଂଘ ସଭାପତି ସମ୍ଭୁ ପ୍ରସାଦ ଗୋଏଲ, ଧର୍ମଶାଳା ସଭାପତି ରିଙ୍କୁ ଅଗ୍ରୱାଲ, ରୋଗୀ କଲ୍ୟାଣ ସମିତି ସଦସ୍ୟ ରଞ୍ଜୁ ରାୟମନ, ଭୁବନେଶ୍ୱର ରାଓ , ହରିଶ ରାୟଟଟା, ନଗର ପାଲିକା ପାର୍ଷଦଗଣ ସହରର ବିଭିନ୍ନ ସଂଗଠନର ପଦଧିକାରୀ ସହ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।ନାରାୟଣ ହସ୍ପିଟାଲ୍ ରୁ ଡେପୁଟି ମେନେଜର କୋମେଶ୍ୱର୍ ଲହରେ,ଶାଖା ର ପୂର୍ବତନ ସଭାପତି ଯୁବା ଆରୁଶ ଶର୍ମା ଧନ୍ୟବାଦ୍ ଜ୍ଞାପନ କରିଥିଲେ।
ଟିଟିଲାଗଡ ରୁ ଦିନେଶ କୁମାର ଶର୍ମା ଙ୍କ ରିପୋର୍ଟ୍ ଟାଇମ୍ସ ଅଫ କଳିଙ୍ଗ