ଦିନ କୁ ଦିନ ବଢ଼ିବାରେ ଲାଗିଛି, ଡକାୟତି, ରାହାଜାନି, ଲୁଟ,ଆଉ ହତ୍ୟା ଭଦ୍ରକ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଏଭଳି ଏକ ଘଟଣା ଘଟିଯାଇଛି ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତ ର ବଡ଼ ନପଙ୍ଗ ଗ୍ରାମରେ ମାଧବ ସେଠି ଓ ତାଙ୍କ ପରିବାର ଙ୍କକ୍ଷେତ୍ର ଯାହା କି ସାର ଅଞ୍ଚଳ ରେ ଭୟ ର ବତା ବରଣ ସୃଷ୍ଟି କରିଛି, ମାଧବ ସେଠି ଙ୍କ ପରିବାର କହିଲେ ତିନି ପୁଅ ତିନି ବୋହୁ ଦୁଇ ନାତୁଣୀ ଦୁଇ ନାତି, ବଡ଼, ଓ ମଝିଆଁ ପୁଅ ବାହାରେ ରୁହନ୍ତି ଘରେ କେବଳ ସାନ ପୁଅ ରୁହନ୍ତି ବାକି ବୋହୁ ମାନେ ଘରେ ରୁହନ୍ତି, ଗତ କଲି ରାତିରେ ଖାଇ ପିଇ ଶୋଇଥିଲେ ହଠାତ ରାତି ପ୍ରାୟ ବାରଟା ରେ କବାଟ ଧଡ଼ ଧଡ଼ ଶୁଭିଲା ଏତେ ରାତିରେ କିଏ କବାଟ ଧଡ଼ କରୁଛି ଶୁଣି ମାଧବ ସେଠି ଙ୍କ ସ୍ତ୍ରୀ ଉଠି କିଏ କବାଟ ଧଡ଼ ଧଡ଼ କରୁଛି ଭାବି କବାଟ ଖୋଲି ଦେଖି ଥିଲେ, ସେହି ଠାରେ ଲୁଚି ରହିଥିଲେ ଡକାୟତ ଦଳ, କିଛି ବୁଝିବା ଆଗରୁ ହଠାତ କରି ଥିଲେ ଧାରୁଆ ଅସ୍ତ୍ର ରେ ମାଧବ ସେଠି ସ୍ତ୍ରୀ ଙ୍କୁ ପ୍ରଥମେ ଆକ୍ରମଣ, ସେ ତଳେ ପଡି ଯାଇଥିଲେ ପାଟି ଶୁଣି କଣ ହେଲା ଭାବି ନିଦରୁ ଉଠି ସାନ ତାଙ୍କ ପୁଅ, ଓ ସ୍ୱାମୀ ଦୌଡ଼ି ଆସି ଥିଲେ ହେଲେ ଡକାୟତ ମାନେ ଉଗ୍ର ରୂପ ଧାରଣ କରିଥିଲେ ଏକ କୋଦାଳ ରେ ଏକ ଚୋଟ ମାଧବ ସେଠି ଙ୍କ ମୁଣ୍ଡ କୁ ଦେଇଥିଲେ ସେ ବେହୋସ ହୋଇ ତଳେ ପଡି ଯାଇଥିଲେ, ତାଙ୍କ ସାନ ପୁଅ ଦୌଡି ଆସିବାରୁ ତାଙ୍କୁ ମୁଣ୍ଡ କୁ ଭୁଜାଲି ରେ ମଧ୍ୟ୍ୟ ଆକ୍ରମଣ ଯାହା ଫଳରେ ସେ ରକ୍ତାକ୍ତ ଅବସ୍ଥା ରେ ବେହୋସ ହୋଇ ତଳେ ପଡି ଯାଇଥିଲେ, ତାଙ୍କ ଘରେ ଥିବା ତିନି ବୋହୁ ଙ୍କୁ ଭୁଲାଜୀ ଦେଖାଇ କହି ଥିଲେ ଘରେ ଯାହା ଟଙ୍କା, ସୁନା ଅଛି ଦେଇଦିଅ ନହେଲେ ତୁମ ପିଲା ଛୁଆ, ଙ୍କୁ ମାରି ଦେବୁ, ସେ ଭୟରେ ସବୁ ଗଡ଼ରେଜ ର ଚାବି ଦେଇ ଥିଲେ, ଘରେ ଥିବା ନଗଦ ପନ୍ଦର ହଜାର ଟଙ୍କା ଆଉ ତିନି ବୋହୁ ଙ୍କ ସବୁ ସୁନା ଅଳଙ୍କାର ଲୁଟି ନେଇ ସମସ୍ତ ଙ୍କୁ ବାହାର ପଟୁ ଚାବି ଦେଇ ପଳାଇ ଯାଇଥିଲେ,ପରେଘର ପରିବାର ଲୋକେ ତାଙ୍କ ମାମୁ ଙ୍କୁ ଫୋନ୍ କରିଥିଲେ ତାଙ୍କ ମାମୁ ଆସି ଚାବି ଖୋଲି ଉଦ୍ଧାର କରିବା ସହ, ଗ୍ରାମର ଲୋକ ଙ୍କୁ ଡାକିବା ସହ ଭଣ୍ଡାରିପୋଖରୀ ଥାନାକୁ ଏ ବାବଦଫୋନ୍ କରି ଜଣାଇ ଥିଲେ, ଆହତ ହୋଇ ଥିବା ଭିଣୋଇ,ଆଉ ଭଣଜା ଙ୍କୁ ଶହେ ଆଠ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା କରାଇ ଥିଲେ,ଦିନରେ ସାଇଣ୍ଟିଫିକ ଟିମ ସହ ସନ୍ଧନୀ କୁକୁର ର ସାହାଯ୍ୟ ଲୋଡ଼ିଥିଲେ ଭଣ୍ଡାରିପୋଖରୀ ଥାନାଧିକାରୀ ହେଲେ କିଛି ସୁରାଗ ପାଇପାରିନଥିଲା ଭଣ୍ଡାରିପୋଖରୀ ପୋଲିସ, କିନ୍ତୁ ରାତିରେ କୋଣସି ସୂତ୍ର ରୁ ଖବର ପାଇ ପୋଲିସ ସେହି ଗ୍ରାମର ଦୁଇ ଜଣ ଯୁବକ ଙ୍କୁ ଉଠାଇ ଆଣି ଅଟକ ରଖି ଅଧିକ ତଦନ୍ତ ଚଳାଇ ଛନ୍ତି ଭଣ୍ଡାରିପୋଖରୀ ପୋଲିସ, ହେଲେ ସେହି ଯୁବକ ମଧ୍ୟ୍ୟ ରୁ ଜଣକୁ ଚି଼ହ୍ନଟ କରିଛନ୍ତି ତାଙ୍କ ବୋହୁ,ଯିଏ କି ସୁନା ଗହଣା ଗୁଡିକୁ ନେଉ ଥିବା ସମୟରେ ତାଙ୍କ ମୁହଁ କୁ ଲୁଚାଇ ଥିବା ଗାମୁଛା ଟି ବାହାରି ଯାଇଥିଲା ତାଙ୍କ ମୁହଁ ରୁ,ଦେଖିବାକୁ ବାକି ରହିଲାଭଣ୍ଡାରିପୋଖରୀ ପୋଲିସ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ଏ ଦିଗରେ କି ପ୍ରକାର ଦୃଢ କର୍ଯ୍ୟାନୁଷ୍ଠାନଗ୍ରହଣ କରୁଛନ୍ତି,
ଭଦ୍ରକ ରୁ ଅଶ୍ୱନୀ ଜେନା ରିପୋର୍ଟ