ଆଜି ଉଚ୍ଚବିଦ୍ୟାଳୟ ସ୍ଥର ରେ ଧନ୍ଦାମୂଳକ ଶିକ୍ଷା ଯୋଡି ହେବାର ସଫଳତା ଏବେ ସାରା ରାଜ୍ୟରେ ଦେଖିବାକୁ ମିଳୁଛି | ସୁଚନା ମୁତାବକ ସୁଦୂର ଢେଙ୍କାନାଳ ଜିଲ୍ଲାର ଭୁବନ ହାଇସ୍କୁଲ ର ରିଟେଲ ମ୍ୟାନେଜମେଣ୍ଟ ବିଭାଗର ଛାତ୍ରମାନେ ଖୁଚୁରା ବ୍ୟବସାୟର ସଫଳମୂଲ୍ୟାୟନ ଏବଂ ବାସ୍ତବିକ ଶିକ୍ଷା ଆହରଣ ପାଇଁ ପହଂଚିଥିଲେ ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ର ବ୍ୟାସନଗର ସହର ର ସବୁଠାରୁ ବଡ ଡିଜିଟାଲ ହବ ରିଲିଆନ୍ସ ଡିଜିଟାଲ ଏବଂ ଉତ୍କଳ ସେଣ୍ଟର ରେ ଉପସ୍ଥିତ ଫ୍ୟାସନ ହବ Max, v2 ଆଦି ରିଟେଲର ସପ ଗୁଡିକରେ | ଶିକ୍ଷୟତ୍ରୀ ମୋନାଲିସା ଜେନା ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଛାତ୍ରମାନେ ମଲ ଗୁଡିକରେ ବୁଲି ମାନବସମ୍ବଳ, ମାର୍କେଟିଙ୍ଗ ଆଧାରିତ ଲାଭ କ୍ଷତି ତଥା ଧନ୍ଦା ମୂଳକ ଶିକ୍ଷା ଅଧୟନ ରେ କିପରି ଉର୍ନତି କରିପାରିବେ ଏବଂ ଭବିଷ୍ୟତ ରେ ସଫଳତା ପାଇପାରିବେ ସେ ବିଷୟରେ ହବ ର ମ୍ୟାନେଜେର ଙ୍କ ଠୁ ପଚାରିବୁଝିଥିଲେ, ପ୍ରକୃତ ରେ ଧନ୍ଦା ମୂଳକ ଶିକ୍ଷାରେ ରିଟେଲ ମ୍ୟାନେଜମେଣ୍ଟ ବିଭାଗ ଏକ ରୋଜଗାର କ୍ଷମ ଶିକ୍ଷା ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି ବୋଲି ସମସ୍ତ ମଲ ର ମ୍ୟାନେଜର ଓ ରିଟେଲର ମାନେ ଛାତ୍ର ମାନଙ୍କୁ ବୁଝେଇବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିର୍ନ ପ୍ରକାର ର ମୂଲ୍ୟବାନ ସାମଗ୍ରୀ ସବୁ ବ୍ୟବହାର କରିବାକୁ ଦେଇଥିଲେ ଏବଂ ଛାତ୍ର ମାନେ ବେଶ କିଛି ଉପଯୋଗୀ ସରଞ୍ଜାମ କିଣିଥିଲେ | ତତସହିତ ଯାଜପୁର ର ଐତିହ ସ୍ଥାନ ବ୍ୟସସରୋବର ମଧ୍ୟ ଛାତ୍ର ମାନେ ବୁଲିଦେଖିଥିଲେ |ଭୁବନ ହାଇସ୍କୁଲ ଶିକ୍ଷୟତ୍ରୀ ମୋନାଲିସା ଜେନା ଙ୍କ ତରଫରୁ ଛାତ୍ର ମାନଙ୍କ ଗୁଣାତ୍ମକ ଶିକ୍ଷାର ଅବିବୃଦ୍ଧି ପାଇଁ ଏଭଳି ପ୍ରୟାସ କୁ ବିଭିନ୍ନ ମହଲ ରେ ପ୍ରଶଂସା ମିଳବାର ଦେଖିବାକୁ ମିଳିଛି |