ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚାୟତ ସମିତି କକ୍ଷରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମକୁ ଭଦ୍ରକ ଜିଲ୍ଲା ପାଳ ଦିଲିପ ରାୟତ ରାୟ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ, ଉପଜିଲ୍ଲାପାଳ,ପିଡି, ଜିଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ,ଵିଡିଓ, ତହସିଲଦାର ଏବଂ ଅନ୍ୟାନ୍ୟ ବିଭିନ୍ନ ବିଭାଗର ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ। ୧୯୨ଟି ଅଭିଯୋଗ ହୋଇ ଥିବା ବେଳେ ମୁଖ୍ୟତଃ ଆବାସ ଯୋଜନା,ପିଡିଏସ, ରାଜସ୍ବ, ଅଙ୍ଗନବାଡ଼ି କେନ୍ଦ୍ରରେ ଛତୁଆ ଦୂର୍ନିତି ଏବଂ ଶିକ୍ଷା ଅନୁଷ୍ଠାନ, ସ୍ବାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଅଭିଯୋଗ ହୋଇ ଥିଲା। ସେହି ପରି ବାତ୍ୟା ‘ଦାନା’ ପରେ ରାସ୍ତା ପ୍ରକଳ୍ପରେ କ୍ଷୟକ୍ଷତି ଆକଳନ ପାଇଁ ଅନିୟମିତତା ହୋଇ ଥିବା ବିଜେଡିର କର୍ମୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। FDR କାର୍ଯ୍ୟର ଠିକ୍ ଭାବରେ ଚୟନ କରା ନ ଯାଇ ଅଭିଯୋଗ କରିଛନ୍ତି। ବିଧାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ନିର୍ବାଚନ ପ୍ରତିନିଧିମାନେ ଦେଇଥିବା ଚିଠାକୁ ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ କରି ଚାନ୍ଦବାଲି ସମିତି କାର୍ଯ୍ୟାଳୟ ସମ୍ମୁଖରେ ହୋ ହାଲ୍ଲା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାକଳାପକୁ ବିରୋଧ କରି ଅଭିଯୋଗ ପ୍ରକୋଷ୍ଠ ଧଶେଇ ଆସିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖା ଦେଇଥିଲା। ପୋଲିସ ଏହି ଘଟଣାରେ ଉଭୟ ପକ୍ଷରୁ ବୁଝା ସୁଝା ପରେ ଶାନ୍ତ ପଡିଥିଲା। ଏହି ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ କହିଛନ୍ତି ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଅଭିଯୋଗ ଆସିଥାଏ। ସେ ସବୁକୁ ସମାଧାନ ମଧ୍ୟ କରା ଯାଇ ଥାଏ। ଯେଉଁ ସବୁ ଅଭିଯୋଗ ଆସିଛି ସୂଚାରୁରୂପେ ସେ ସବୁକୁ ସମାଧାନ କରିବା ପାଇଁଁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *