ଆରଡି, ଆରଡିପୀଠର ଅଧିଶ୍ବର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସୋମବାର ଠାରୁ ସପ୍ତଦିନ ବ୍ଯାପି ଗୀତାଯଜ୍ଞ ଆରମ୍ଭ ହୋଇଛି। ଏହି ଅବସରରେ ମଣିବାବାଙ୍କ ମନ୍ଦିରର ଦୈନନ୍ଦିନ ନୀତିନୀର୍ଘଣ୍ଟ ଅନୁଯାୟୀ ଭୋର ୪\୩୦ରେ ମନ୍ଦିର ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣଲାଗି ସମ୍ପନ୍ନ ହେବା ପରେ ନବବସ୍ତ୍ର , ଫୁଲ, ଚନ୍ଦନ ବେଲ୍ବପତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା। ପରେ ଗୀତାଯଜ୍ଞ ନିମନ୍ତେ ସେବାୟତଙ୍କ ଦ୍ବାରା ଘଣ୍ଟା, କିର୍ତ୍ତନ, ଛତ୍ର ଆଲଟ ଦ୍ବାରା ଶିବଗଙ୍ଗା ପୁଷ୍କରିଣୀରେ ଘଟ ଉତ୍ତୋଳନ କରାଯାଇ ଯଜ୍ଞମଣ୍ଡପରେ ସ୍ଥାପନ କରାଯାଇଥିଲା। ପରେ ରୁଦ୍ରାଭିଷେକ, ଦ୍ବାରପାଳ ପୂଜା, ଗୋ ପୂଜା, ସୂର୍ଯ୍ଯ ପୂଜା ଆଦି ମଧ୍ଯାହ୍ନ ସୁଧା ସମ୍ପନ୍ନ ହେବା ପରେ ଯଜ୍ଞମଣ୍ଡପକୁ ସୋଧନ କରାଯାଇ ଶ୍ରୀମଦ ଭଗବତ ଗୀତାର ପ୍ରତି ଶ୍ଳୋକରେ ଘୃତ ଆହୁତି ପ୍ରଦାନ କରାଯାଇଥିଲା। ଏହି ଯଜ୍ଞ ଆସନ୍ତା ରବିବାର ମାର୍ଗଶୀର ପୁର୍ଣ୍ଣିମା ଦିନ ସମାପନ ହେବ। । ଚାନ୍ଦବାଲି ବ୍ଳକ ରୁ ସୁରେନ୍ଦ୍ର କୁମାର ତରାଇ ଙ୍କ times of kalinga

Leave a Reply

Your email address will not be published. Required fields are marked *