କଟକ ଜିଲ୍ଲା, ବାରଙ୍ଗ ବ୍ଲକ ଅଧୀନ କୁରୁଣ୍ଟି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ଗତକାଲି ରାତି ପ୍ରାୟ ବିଳମ୍ବିତ ସମୟରେ କିଛି ଦୁର୍ବୁତ୍ତ ମାନେ ଆକ୍ରୋଶ ଭାବରେ ଲୋକ ସୋଇଥିବା ଅବସ୍ଥାରେ ଘରେ ପ୍ରେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛନ୍ତି ଯାହା ଫଳରେ କିଛି ଘର ପୋଡିବା ସହ ଖାଦ୍ୟ ବସ୍ତ୍ର ଓ ପିଲାମାନଙ୍କର ପାଠପଢା ବହି ମଧ୍ୟ ଜଳି ପୋଡ଼ିଯାଇଛି।ଘଟଣା ସ୍ଥଳରେ ଖବର ପାଇ ଦମକଳ ବାହିନୀ ଆସି ନିଆଁ କୁ ଆୟତ କରିଥିଲା। ପୀଡ଼ିତ ପରିବାର ଲୋକ ଙ୍କ କହିବା କଥା ଯେ ଦୀର୍ଘ ପ୍ରାୟ ୭୦ ରୁ ୮୦ ବର୍ଷ ହବ ଓଡ଼ିଶା ସରକାର ଙ୍କ ଦ୍ଵାରା ଭୂ-ଦାନ ଆକାରରେ ମିଳିଥିବା ଜମି ଉପରେ ଚାଷ ବାସ କରିବା ସହ ଘର କରି ରହିଆସୁଥିଲେ ଏଇ କିଛି ଦିନ ହବ କୌଣସି ଏକ ବିଲଡର ଆସି ଲୋଭା ଗ୍ରାସ ହୋଇ ସେଇ ଜମିକୁ ହାତେଇବାକୁ ବସିଛି। କୁରୁଣ୍ଟୀ ଗ୍ରାମବାସି ମାନଙ୍କୁ ମିଳିଥିବା ଭୂ-ଦାନ ସମ୍ପତି ବା ତାଙ୍କର ଭିଟା ମାଟିକୁ ଛାଡିବା ପାଇଁ ନାରାଜ ହାବାରୁ ଏହିପରି ବେଳକୁ ବେଳ ଏହିପରି ଘଟଣା ଦେଖିବାକୁମିଳିଛି

ବାଲିଅନ୍ତା ରୁ ଅନନ୍ତ ଭୋଇ ଙ୍କ ରିପୋର୍ଟ TIMES OF KALINGA

Leave a Reply

Your email address will not be published. Required fields are marked *