ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଆଜି ମଧ୍ୟାହ୍ନ ୧୨ ଟା ସମୟରେ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ୬୨ ତମ ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ସଭାପତି ସ୍ମାରକ ରଞ୍ଜନ ମିଶ୍ର ସଭାପତିତ୍ବ କରିଥିଲେ । ତାଙ୍କ ସହିତ ବ୍ୟାଙ୍କର ସମ୍ପାଦକ, ପରିଚାଳନା ମ୍ୟାନେଜର, ଡି ଆର ସି ଏସ, ଡିଡିଏମ ନାବାର୍ଡ ଏବଂ ଡାଇରେକ୍ଟର ମାନେ ମଞ୍ଚାସିନ ଥିଲେ । ଦ୍ଵୀପ ପ୍ରଜ୍ଜ୍ୱଳନ ପରେ ମଞ୍ଚାସିନ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସଭାପତି ସ୍ମାରକ ରଞ୍ଜନ ମିଶ୍ର ତାଙ୍କର ବକ୍ତବ୍ୟ ରଖି ବିଗତ ବର୍ଷର ସମସ୍ତ ପ୍ରକାର ହିସାବ କିତାବ ଉପସ୍ଥାପନ କରିଥିଲେ । ଧାନ କିଣା ଟଙ୍କା ଯେମିତି ଚାଷୀଙ୍କୁ ତୁରନ୍ତ ପ୍ରଦାନ କରାଯାଇପାରିବ ସେନେଇ ବିଶଦ ଭାବରେ ଆଲୋଚନା ହୋଇଥିଲା । ସେହିଭଳି ଚାଷୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଏବଂ କିଛି ନୀତି ପରିବର୍ତ୍ତନ କରିବାକୁ ପ୍ରସ୍ତାବ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସମବାୟ ସମିତି ବ୍ୟାଙ୍କ ର କାର୍ଯ୍ୟ କର୍ତ୍ତା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ବଲାଙ୍ଗିର ଜିଲ୍ଲା ଦିନେଶ କୁମାର ଶର୍ମା ଙ୍କ ସହିତ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଟାଇମ୍ସ ଅଫ କଳିଙ୍ଗ ଟିଭି

Leave a Reply

Your email address will not be published. Required fields are marked *