ବୈତରଣୀ ଜଳସମ୍ପଦ ବିଭାଜନ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି ।ଏହି କାଯ୍ୟକ୍ରମ ଜଳସଂପଦ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ପାଣି ପଞ୍ଚାୟତ ପକ୍ଷ ଆଜିଠାରୁ ଆରମ୍ଭ ହୋଇ ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳନ କରଯାଉଥିବା ବେଳେ ଏନେଇ ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଶାଳପଡ଼ା ଜଳସଂପଦ ଡାକବଙ୍ଗଳା ପରିସରରେ ବୈତରଣୀ ଜଳସମ୍ପଦ ବିଭାଜନ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହରେ ଅନୁଷ୍ଠିତ ହୋଇଛି। ଆୟୋଜିତ ସଭାରେ କେନାଲ ଡିଭିଜନର ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଲକ୍ଷ୍ମଣ ମାରାଣ୍ଡିଙ୍କ ସଭାପତିତ୍ଵରେ ସଭାକାଯ୍ୟ ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି,ସମ୍ନାନିତ ଅତିଥି ଭାବେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠି, ହାଟଡ଼ିହି ବ୍ଲକ କୃଷି ଅଧିକାରୀ ଦେବୀ ପ୍ରସନ୍ନ ଖୁଣ୍ଟିଆ, ଆନନ୍ଦପୁର ବ୍ଲକ କୃଷି ଅଧିକାରୀ ଜୟନ୍ତ କୁମାର ଦାଶ, ଉଦ୍ୟାନ ବିଭାଗ ଅଧିକାରୀ ମାସୁମ ମହାନ୍ତି ଏବଂ ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଗୀତାଞ୍ଜଳି ସାହୁ ଓ ଅନ୍ୟମାନଙ୍କ ମଧ୍ୟରେ ଜୁନିଅର ଇଞ୍ଜିନିୟର ଦୀପ୍ତି ରଞ୍ଜନ ରାଉତ ମଞ୍ଚ ପରିଚାଳନା କରିଥିଲେ । କିପରି ଭାବରେ ପାଣିକୁ ଅପ ବ୍ୟବହାର ନକରି ସଠିକ୍ କାଯ୍ୟରେ ଲଗାଇ ଚାଷ କରିବା ସହିତ ଗଛ ଲଗାଇ ଉପକାର କରିବା ଏଥିପ୍ରତି ସବୁ ସଚେତନତା ବାର୍ତ୍ତା ମୁଖ୍ୟ ଅତିଥି ଆନନ୍ଦପୁର ବିଧାୟକ ଶ୍ରୀ ସେଠି ପ୍ରକାଶ କରିଥିଲେ I ପୂର୍ବରୁ ହୋଇଥିବା ପରୀକ୍ଷା ଓ ପ୍ରତିଯୋଗିତା ଗୁଡିକରେ କୃତିତ୍ୱ ହାସଲ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୁତ କରିବା ସହ ଆସିଥିବା ସବୁ ସଂଖ୍ୟକ ଚାଷି ଓ ପାଣିପଞ୍ଚାୟତର ସଦସ୍ୟମାନେ ଉପସ୍ଥିତ ରହି ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ କାଯ୍ୟ ପାଳନ କରିବା ପାଇଁ ଅତିଥିଙ୍କୁ ସମୂଖରେ ସମସ୍ତେ ଶପଥପାଠ କରାଇଥିଲେ ।

Leave a Reply

Your email address will not be published. Required fields are marked *