STF ଟିମର ଚଢାଉ/କୋଡିଏଟି ବେଆଇନ ହାଇଓ୍ବା ଜବତ l ଟାଇମ୍ସ ଅଫ କଳିଙ୍ଗର ପ୍ରଭାବ ଢେଙ୍କାନାଳ ରୁ ସରୋଜ କୁମାର ମହାଳିକ ଙ୍କ ରିପୋର୍ଟ 25ରୁ ଉର୍ଦ୍ଧ ହାଇୱା ଧରିଲେ STF…
ଗୋଟେ ଗାଡି ଧରି ବାଃ ବାଃ ନେଉଥିଲା ନିହଲପ୍ରସାଦ ପୋଲିସ @ବିଜେପି ନେତା କାଦୁଅ ପିଙ୍ଗାରେ ବ୍ୟସ୍ତ ଅଛନ୍ତି । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ରାଇଗୋଡା ପାହାଡରେ ଚାଲିଥିଲା ବେଆଇନ କଳା ମୁଗୁନି ପଥର ଖାଦାନ । ଯାହାଫଳରେକି ଦୈନିକ କୋଟିକୋଟି ଟଙ୍କାର କଳା ମୁଗୁନି ପଥର ଚାଲାଣ କରୁଥିଲେ ଦୁର୍ବୁର୍ତ୍ତ । ଖବର ପାଇ STF ଟିମ ଗତକାଲୀ ରାତ୍ରିରେ ଏହି ବେଆଇନ ଖାଦାନ ଉପରେ ଚଢାଉ କରି କୋଡିଏଟି ହାଇଓ୍ବା ଜବତ କରିବାରେ ସକ୍ଷମ ହୋଇଥିଲା । ସମସ୍ତ ଗାଡିକୁ ନିହଲପ୍ରସାଦ ଥାନାରେ ଜିମା ନଦେଇ ଭୁବନ ଥାନାରେ ଜିମା ଦେଇଛନ୍ତି । ତେବେ ଭୁବନ ପୋଲିସ ସମସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।ନିଶ୍ଚିତଭାବରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ରାଇଗୋଡା ଜଙ୍ଗଲରେ କଳା ମୁଗୁନି ପଥର ଖାଦାନ ପାଇଁ ୧୯୯୨ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ଲିଜ୍ ଦିଆଯାଉଥିଲା । କିନ୍ତୁ ୨୦୧୫ ପରେ ପଥର ମାଫିଆ ମାନେ ଲିଜ୍ ନନେଇ ବେଧଡକ ପଥର ଚାଲାଣ କରୁଥିଲେ । ଅଭିଯୋଗ ଆଧାରରେ ୨୦୧୯ ମସିହାରେ STF ଟିମ ଚଢାଉ କରି ୩୦ ରୁ ଉର୍ଦ୍ଧ୍ବ ଗାଡିକୁ ଜବତ କରିଥିଲେ। ରାଇଗୋଡା ଜଙ୍ଗଲ କ୍ଷୟ ହେଉଥିବାରୁ ସୁପ୍ରିମକୋର୍ଟଙ୍କ ତରଫରୁ ୧୪୪ ଧାରା ଲାଗୁ କରାଯାଇଥିଲା । କିନ୍ତୁ ପଥର ମାଫିଆମାନେ କୋର୍ଟର ନିୟମକୁ ବେଖାତିର କରି ୨୦୨୪ ଅଗଷ୍ଟ ମାସରୁ ବେଆଇନ ଭାବରେ ମୁଗୁନି ପଥର ଦିନରେ ଓ ରାତ୍ରିରେ ଚାଲାଣ କରୁଥିଲେ । ଖବର ପାଇ ଗତକାଲୀ ରାତ୍ରିରେ STF ଟିମ ଚଢାଉ କରି ଖାଦାନରୁ କୋଡିଏଟି ହାଇଓ୍ବା ଜବତ କରିବାରେ ସଫଳ ହୋଇଛି । ସମସ୍ତ ଗାଡିକୁ ଭୁବନ ଥାନାରେ ଜିମା ଦିଆଯାଇଛି । ଗାଡିଗୁଡିକୁ ଜବତ କରି ତଦନ୍ତ ଚଳାଇଛି ଭୁବନ ପୋଲିସ ।ଗଣମାଧ୍ୟମର ଘନ ଘନ ପ୍ରହାର ପରେ ନିହଲ ପ୍ରସାଦ ପୋଲିସ ହାଇୱା ଗାଡ଼ି ନଂ OD-05BG5514
କୁ ଜବଦ କରିଛି। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଗୋଡିମାଗୁରା ଗ୍ରାମର ସ୍ବର୍ଗତ ପ୍ରାଣକୃଷ୍ଣ ଭଦ୍ରାଙ୍କ ପୁଅ ବସନ୍ତ (37) କୁ ଗିରଫ କରିଛି।ଗାଡ଼ି ମାଲିକ ଧର୍ମଶାଳା ଥାନା ପୋବଲ ଗ୍ରାମର ନିଶାକର ଜେନାଙ୍କ ପୁଅ ବଳରାମ ଜେନା ଓ ଗାଡିକୁ ଭଡା ରେ ଆଣି ବେଆଇନି କାମ ରେ ଲଗାଇଥିବା ନିହାଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗ୍ରାମର ସନାତନ ବାରିକଙ୍କ ପୁଅ ଦିଲ୍ଲୀପ ବାରିକ ଓ ଗନ୍ଧିଆ ପାଣ୍ଡଵଙ୍କ ପୁଅ ବାବୁଲ ପାଣ୍ଡଵଙ୍କୁ କେବେ ଗୀରଫ କରୁଛି।ନିହଲ ପ୍ରସାଦ ପୋଲିସର ପାରିବାପଣୀଆକୁ ନେଇ ବଡ଼ ପ୍ରଶ୍ନ ଠିଆ ହୋଇଛ।