ଆଠଗଡ ବ୍ଲକ୍ ଅନ୍ତର୍ଗତ ରାଧାକିଶୋର ପୁର ପଞ୍ଚାୟତ ଅଧୀନସ୍ଥ ପୁରୁଷୋତ୍ତମପୁର (ପାନିଆମା) ଗ୍ରାମ ନିକଟ ସୁବାସୀ ସଂରକ୍ଷିତ ଜଂଗଲ ପାହାଡ ଶିଖର ରେ ଆବିର୍ଭାବ ହୋଇଛି ଦେବ ଦେବ ବାବା ମହାଦେବ ଶିବ ଙ୍କ ଫୁଟା ଲିଙ୍ଗ |ଘଟଣା ରୁ ପ୍ରକାଶ ଯେ ପୁରୁଷୋତ୍ତମପୁର ଗ୍ରାମ ର ଶରତ ବେହେରା ଙ୍କୁ ବାବା ମହାଦେବ ସ୍ୱପ୍ନା ଦେଶ ହେଲେ ଯେ ପାହାଡ ଶିଖରେ ରେ ମୁଁ ଅଛି , ମୋତେ ଆସି ଦେଖାକର , ଏକଥା ସେ ଗ୍ରାମବାସୀ ଙ୍କୁ ଜଣାଇଥିଲେ ଓ ଅବିଶ୍ୱାସ ମଧ୍ୟ କିଛି ଲୋକ କରିଥିଲେ , ୨୦୨୪ ମସିହା ଡିସେମ୍ବର ୩୧ତାରିଖରେ ପୁନର୍ବାର ଶରତ ବେହେରା ଙ୍କୁ ସ୍ୱପ୍ନାଦେଶ ହେବାରୁ ଉକ୍ତ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ର ଲୋକମାନେ ଏହି ପାହାଡ ତୀଖ କୁ ଯାଇ ସନ୍ଧାନ କରିବାରୁ ମହାଦେବ ଶିବ ଙ୍କ ଫୁଟା ଲିଙ୍ଗ ଆବିର୍ଭାବ ହୋଇଥିଲେ ଓ ବହୁତ ଶୀଘ୍ର ଏହି ଫୁଟା ଲିଙ୍ଗ ଆବିର୍ଭାବ ଖବର ଏହା ର ଆଖପାଖ ରେ ଖେଳିଯାଇଥିଲା |ଏହା ପରେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଫୁଟା ଲିଙ୍ଗ ନିକଟରେ ଭଜନ କିର୍ତ୍ତନ କରି ଏକ ଆଧ୍ୟାତ୍ମିକ ପରିବେଶ ସ୍ରୁଷ୍ଟି କରିଛନ୍ତି , ପାହାଡ ର ପାଦ ଦେଶ ରୁ ପ୍ରାୟ ୧୫୦୦ଫୁଟ ଉଚ୍ଚରେ ଏକ ପଥର ଗର୍ତ୍ତ ମଧ୍ୟ ରେ ବାବା ଙ୍କ ଲିଙ୍ଗ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
କଟକ ରୁ ମାନସ କୁମାର ସାହୁଙ୍କ ରିପୋର୍ଟ ଟାଇମିଂସି ଅଫ କଳିଙ୍ଗ