ଶେଷ ହେଲା ଆନନ୍ଦପୁର ପ୍ରେସକ୍ଲବ ର ବାର୍ଷିକ ଉତ୍ସବ ତଥା ବାଣିଜ୍ୟ ମେଳା। ଏହି ଉତ୍ସବ ଦୀର୍ଘ ଆଠ ଦିନ ଧରି ପାଳନ ହୋଇଥିବା ବେଳେ ପ୍ରତ୍ୟେକ ଦିନ ବିଭିନ୍ନ ରାଜନୈତିକ ଦଳ ସମେତ ପ୍ରଶାସନିକ ଅଧିକାରୀ ଓ ରାଜ୍ୟର ବରିଷ୍ଠ ସାମ୍ବାଦିକ ମାନେ ଅତିଥି ଭାବେ ଯୋଗଦେଇ ଆନନ୍ଦପୁର ର ଉନ୍ନତି ସମେତ ପ୍ରେସକ୍ଲବ ର କାର୍ଯ୍ୟାଧାରା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରେସକ୍ଲବ ର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ରେ ନୃତ୍ୟ, ସଂଗୀତ, ଝୋଟି ଆଦି ପ୍ରତିଯୋଗିତା ରେ କୃତି ଲାଭ କରିଥିବା ପ୍ରତିଯୋଗୀ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନଙ୍କ ସଂଗୀତ ତଥା ନୃତ୍ୟ ରେ ଝୁମିଥିଲେ ଦର୍ଶକ। ଉଦଯାପନୀ ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ସାଂସଦ ଅନନ୍ତ ନାୟକ ଅତିଥି ଭାବେ ଯୋଗଦେଇ ଆନନ୍ଦପୁର କୁ ରେଳ ସଂଯୋଗ ସମେତ ସର୍ବାଙ୍ଗୀନ ଉନ୍ନତି କରିବାକୁ ପ୍ରତିଶୃତି ପ୍ରଦାନ କରିଛନ୍ତି।୮ଦିନି ଧରି ଚାଲିଥିବା ବାଣିଜ୍ୟ ମେଳାରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ବିଭିନ୍ନ ଖାଦ୍ୟପେୟ ଦୋକାନ ବସିଥିବା ବେଳେ ଘର କରଣ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରେସକ୍ଳବର ସଦସ୍ୟ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ବାଣିଜ୍ୟମେଳା ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଥିବାରୁ ସମସ୍ତ ଆନନ୍ଦପୁର ପ୍ରେସକ୍ଳବର ସଦସ୍ୟ ମାନେ ଖୁସି ସାବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି ।