ସୋର ଟ୍ରେଜେରୀ କଲୋନୀ ଛକରେ ଥିବା ଏକ ଏଟିଏମ ମେସିନରୁ ଲୁଟ ଉଦ୍ୟମ କରି ଦୁର୍ବୁର୍ତ୍ତ ମାନେ ନିରାଶ ହୋଇ ଫେରି ଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସୋର ପୌରପାଳିକା କାର୍ଯ୍ୟାଳୟ ଟ୍ରେଜେରୀ କଲୋନୀ ଛକ ନିକଟରେ ଥିବା ହିଟାଚି ଏଟିଏମ ଭିତରେ ପଶି ଦୁର୍ବୁର୍ତ୍ତ ମାନେ ଏଟିଏମ ର ସିସିଟିଭି କ୍ୟାମେରା ସହିତ ଏଟିଏମକୁ ଭାଙ୍ଗି ଲୁଟ ଉଦ୍ୟମ କରିଥିଲେ।ଏଥିରେ ବିଫଳ ହୋଇ ଦୁର୍ବୁର୍ତ୍ତ ମାନେ ଘଟଣା ସ୍ଥଳରୁ ଚାଲି ଯାଇଥିଲେ।ଆଜି ସକାଳେ ସ୍ଥାନୀୟ ଲୋକେ ଏଟିଏମ ପରିସରରେ ଭଙ୍ଗାରୁଜା ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ।ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୋର ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ଟାଇମ୍ସ ଅଫ କଳିଙ୍ଗ