ଐତିହାସିକ କଟକ ବାଲିଯାତ୍ରା ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଧୁମ୍ ଧାମରେ କଟକ ବାଲିଯାତ୍ରା ପଡ଼ିଆରେ ଚାଲୁଅଛି।ପ୍ରତ୍ୟେକ ଦିନ ପ୍ରାୟ ୧୦ ଲକ୍ଷ୍ୟ ରୁ ଉର୍ଦ୍ଧ ଲୋକଙ୍କ ସମାଗମରେ ଏବଂ ପ୍ରଶାସନ ଙ୍କ ସହଯୋଗ ଏବଂ ସହାୟତାରେ ଏହି ମୁକ୍ତ ଆକାଶ ବାଣିଜ୍ୟ ମେଳା ଅନୁଷ୍ଠିତ ହେଉଅଛି। କଟକ ଡି.ସି.ପି ଶ୍ରୀ ଜଗମୋହନ ମୀନା ଙ୍କ ନିର୍ଦ୍ଦେଶ ଅନୁସାରେ ଜଣା ପଡ଼ିଛି କି ଉକ୍ତ ଯାତ୍ରା ରେ ପାଖା ପାଖି ୧୫୦ ରୁ ଉର୍ଦ୍ଧ CCTV କ୍ୟାମେରା ପଡିଆ ଚତୁରପାଶ୍ୱର୍ରେ ଲଗାଯାଇ ଲୋକମାନଙ୍କ ସୁବିଧା ଅସୁବିଧା ଉପରେ ନଜର ରଖିବା ସହିତ ଲୋକମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ତାହା ପାଇଁ ମଧ୍ୟ ସଜାଗ ରହିଛନ୍ତି ସରକାର।ବିଭିନ୍ନ ସାଜସଜ୍ଜା ,ଖାଦ୍ୟ ସାମଗ୍ରୀ,ଆସବାବ ପତ୍ର ଏବଂ ମନୋହରୀ ଅନେକ ପ୍ରକାର ଜିନିଷ ପ୍ରତି ଲୋକମାନଙ୍କର ଆଗ୍ରହ ଦେଖିବାକୁ ମିଳୁଛି।କଟକ ରୁ ଅଫସର ଅଲ୍ଲୀ ଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ।