କେନ୍ଦୁଝରର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ବଡ ଘାଗରା ଠାରେ ରବିବାର ଦିନ ଓୟୁଜେ କେନ୍ଦୁଝର ଶାଖାର ଦ୍ବିବାର୍ଷିକ ବୈଠକ ଏବଂ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦାୟୀ ସମ୍ପାଦକ ମାନସ ରଞ୍ଜନ ତ୍ରିପାଠୀ ବିବରଣୀ ପାଠ କରିବା ସହିତ ସଙ୍ଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ସାମ୍ବାଦିକଙ୍କୁ ଅନ୍ୟ ରାଜ୍ୟ ଭଳି ପେନଶନ ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସାମ୍ବାଦିକଙ୍କ ପାଇଁ ଟୋଲ ଛାଡ଼ ବ୍ୟବସ୍ଥା, ଦାବିଗୁଡିକ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଗାମୀଦିନରେ ପ୍ରତି ବ୍ଲକ ଓ ପୌରପାଳିକା ସ୍ଥରରେ ସଂଗଠନକୁ ମଜଭୁତ କରିବାକୁ ଆଲୋଚନା ହୋଇଥିଲା।ଏହି ଆବଶରରେ ଆଗାମୀ ଦୁଇବର୍ଷ ନିମନ୍ତେ ଓୟୁଜେ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ କରା ଯାଇଥିଲା। ଏଥିରେ ସଭାପତି- କ୍ଷେତ୍ରବାସୀ ମହାକୁଡୁ, କାର୍ଯ୍ୟକାରୀ ସଭାପତି – ଦୀପକ ଶତପଥୀ, ସାଧାରଣ ସମ୍ପାଦକ-ରଞ୍ଜନ କୁମାର ତ୍ରିପାଠୀ, ସଂଗଠନ ସମ୍ପାଦକ-ବିଜୟ ରତ୍ନ ପତି, ଉପ ସଭାପତି- ଶଶୀ ଭୂଷଣ ସାହୁ, ଚିନ୍ମୟ ସାହୁ, ସମୀର ପ୍ରଧାନ, ଯୁଗ୍ମ ସମ୍ପାଦକ- ରଞ୍ଜନ କୁମାର ପ୍ରଧାନ, ହରେକୃଷ୍ଣ ପଲେଇ, ଲଲାଟେନ୍ଧୁ ଧୀର, କୋଷାଧ୍ୟକ୍ଷଭାବେ ସୁଦାମ ପତିଙ୍କୁ ଚୟନ କରାଯାଇଥିଲା। ଅନ୍ୟପକ୍ଷରେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ଦାସଙ୍କୁ ରାଜ୍ୟ କାର୍ଯ୍ୟକାରେଣି ସଦସ୍ୟ, ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ତ୍ରିପାଠୀଙ୍କୁ ଜାତୀୟ କାର୍ଯ୍ୟକରେଣି ସଦସ୍ୟ,ବରିଷ୍ଠ ସାମ୍ବାଦିକ ପ୍ରଣୟ କୁମାର ପାଣି ଏବଂ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ପ୍ରଧାନଙ୍କୁ ଉପଦେଷ୍ଠ। ଭାବେ ମନୋନୀତ କରାଯାଇଥିଲା। ସେହିପରି ମଳୟ ପାଣି, ରାଜେନ୍ଦ୍ର ମହାକୁଡୁ, ସଞ୍ଜୀବ ରାଜ, ରଞ୍ଜନ ବାରିକ, କିଶୋର ନାଏକ, ରଞ୍ଜିତ ବେହେରା, ଗଣେଷ ପାତ୍ର, ଆନନ୍ଦ ପ୍ରକାଶ ଖଣ୍ଡେଇ, ସୁଦର୍ଶନ ସ୍ୱାଇଁ, ଭବାନୀ ପ୍ରସାଦ ମହାନ୍ତ, ଭଗବାନ ଗିରି, ଛବିନ୍ଦ୍ର ଜେନା ପ୍ରମୁଖ ଜିଲ୍ଲା କାର୍ଯ୍ୟକରେଣି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ସଭା ଶେଷରେ ନୂତନ ମନୋନୀତ ପଦାଧିକାରୀ ମାନଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ଶୁଭେଚ୍ଛା ଜ୍ଞାପନ କରାଯାଇ ସଭା ସାଙ୍ଗ କରାଯାଇଥିଲା।

Leave a Reply

Your email address will not be published. Required fields are marked *