ଗତ ୧୭ ତାରିଖ ଦିନ ଦେଶର ପବିତ୍ର ଗୃହ ରାଜ୍ୟ ସଭାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଭାରତ ରତ୍ନ ବାବା ସାହେବ ଆମ୍ବେଦକର ଙ୍କୁ ତାଛଲ୍ୟ କରି କଟୁ ଭାଷା ପ୍ରୟୋଗ କରି ଥିବାରୁ ସାରା ରାଜ୍ୟରେ ମୂଲ ନିବାସୀ ତଥା ବହୁଜନ ସଂଗ୍ରାମୀ ଏକତ୍ରିତ ହୋଇ ପ୍ରତିବାଦ କରିଥିବା ବେଳେ ଆଜି ଗୋଲାମୁଣ୍ଡା ବ୍ଲକ ବସ ଷ୍ଟେସନ ନିକଟରେ କଳାହାଣ୍ଡି ଜିଲ୍ଲା ଜନ ସଂଗ୍ରାମ ସମିତିର ସଭାପତି ଶ୍ରୀଯୁକ୍ତ ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ ଗୋଲାମୁଣ୍ଡା ବ୍ଲକର SC,ST ମହା ସଂଘ ପକ୍ଷରୁ ବହୁ ସଂଖ୍ୟକ ଭାବେ ଯୋଗ ଦେଇ ବାବା ସାହେବ ଆମ୍ବେଦକର ଙ୍କ ଫଟୋ ଚିତ୍ର ବେନର ସହ ଛିଡ଼ା ରହି ଏହାରି ପ୍ରତିବାଦ କରିଥିଲେ, ଏବଂ ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ କୁଶ ପୁତ୍ତଳିକାର ଦାହ କରା ଯାଇଥିଲା, ଏହି ପରିପ୍ରେକ୍ଷିରେ ଆଦିବାସୀ ନେତା ଦିଲ୍ଲୀପ ମାଝୀ, ଜନ୍ମେଜୟ ମାଝୀ, ଯନ୍ମେଜୟ ନାଏକ, ଅନୀଲ ମଲିକ୍, ଲକ୍ଷ୍ମୀ ମାଝି, ଗୋକୁଳ ସିପକା, ରାମ କୁମାର ସେନାପତି, ମୁନିଆ ସିପକା, ହିମାଂଶୁ ଭୋଇ, ଇଶ୍ଵରୀ ମାଝୀ, କପୂର୍ଚନ୍ ମାଝି, ନୀଳାମ୍ବର ମାଝି, ଗୌରାଙ୍ଗ ମାଝି, ପ୍ରସ୍ନ ମାଝୀ, ପିତାମ୍ବର ବେହେରା ପ୍ରମୁଖ ବହୁ ସଂଖ୍ୟକ ଭାବେ ଯୋଗ ଦେଇଥିଲେ । ଯଦି ଗୃହ ମନ୍ତ୍ରୀ କ୍ଷମା ପ୍ରାର୍ଥନା ନ କରିବେ ତେବେ ଆଗାମି ଦିନରେ SC,ST ଓ OBC ସଂଘ ପକ୍ଷରୁ ରାଜ ରାସ୍ତାରେ ବିକ୍ଷୋଭ କରିବା ପାଇଁ ଚେତାବନୀ ଦିଆଯାଇଛ ଗୋଲାମୁଣ୍ଡା ବ୍ଲକ୍ ରୁ କୋଦଣ୍ଡ ନାଏକ ଙ୍କ ରିପୋର୍ଟ Time’s of Kalinga

Leave a Reply

Your email address will not be published. Required fields are marked *