କେନ୍ଦୁଝର ଜିଲ୍ଲା ପୁରୁଣା ସହର ସ୍ଥିତ ଡି ଆଇ ଇ ଟି ଠାରେ ଚାଲିଛି ଆଠଟି ବ୍ଲକର ସି ଆର ସି ସି ମାନଙ୍କର ତାଲିମ କାର୍ଯ୍ୟକ୍ରମ ଶିକ୍ଷାକ୍ଷେତ୍ରରେ ଉନ୍ନତି ପାଇଁ ସରକାର ଖର୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଉନ୍ନତ ପ୍ରଣାଳୀରେ ଶିକ୍ଷାପ୍ରଣାଳୀ ର ତାଲିମ ନେବାକୁ ଡି ଆଇ ଇ ଟି କେନ୍ଦୁଝରକୁ ଆସିଛନ୍ତି ଶତାଧିକ ସି ଆର ସି ସି ହେଲେ ଏଠାରେ ନା ଅଛି ଉପଯୁକ୍ତ ବାତାବରଣ ନାମିଳୁଛି ଉତମ ଖାଦ୍ୟ ଫଳରେ ଭୋକ ଓପାସରେ ତାଲିମ ନେଉଛନ୍ତି ଶତାଧିକ ସି ଆର ସିସି । ଅଭିଯୋଗ ଅନୁସାରେ ଡି ଆଇ ଇ ଟି କୁ ତାଲିମ ନେବାପାଇଁ ଆସୁଥିବା ସି ଆର ସି ସି ମାନଙ୍କୁ କଲମ, ଖାତା ଭଳି ଉପକରଣ ସହ ଦୁଇଥର ଚା,ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ଦେବାର ନିୟମ ରହିଛି ମାତ୍ର ଏଠାକାର ଅଧିକାରିଙ୍କ ଖାମଖିଆଲି ମନୋଭାବ ଯୋଗୁଁ ହଇରାଣ ହରକତ ହେଉଛନ୍ତି ଶତାଧିକ ସି ଆର ସି ସି । ନା ସେମାନଙ୍କୁ ମିଳୁଛି ସଠିକ ମାନର ତାଲିମ ଉପକରଣ, ନା ମଧ୍ୟାହ୍ନ ଭୋଜନ । ଧର୍ମକୁ ଆଖିଠାର ମାରିବା ଭଳି ଥରେ ମାତ୍ର ଚା ସାଙ୍ଗକୁ ପାଞ୍ଚ ଟଙ୍କିଆ ବିସ୍କୁଟ ପ୍ୟାକେଟ ଟିଏ, ସେପଟେ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ବାସି ଖାଦ୍ୟ ଯେଉଁଥିରେକି ସ୍ୱଳ୍ପ ପରିମାଣର ଭାତ, ଡାଲି, ଖଟା ଏବଂ ତରକାରି ଯାହାକି ଭୋକ ମେଣ୍ଟିବା ପରି ନୁହେଁ। ଏନେଇ ବାରମ୍ବାର ଅଭିଯୋଗ ପରେବି ନିଦାବିଷ୍ଣୁ ସାଜିଛନ୍ତି ଡି ଆଇ ଇ ଟି ଅଧକ୍ଷା। ବଡ ଖବର ପକ୍ଷରୁ ଏହି ସବୁ ସମସ୍ୟାକୁ ନେଇ ଅଧକ୍ଷା ଦୃଷ୍ଟି ଆକର୍ଷଣ କରା ଯାଇଥିଲା ହେଲେ ସମ୍ବେଦନଶୀଳ ହୀନ ମନ୍ତବ୍ୟ ଦେଇଛନ୍ତି ଡି ଆଇ ଇ ଟି ଅଧକ୍ଷା କଲ୍ୟାଣୀ ମାଝୀ । ଅଭିଯୋଗକୁ ଖଣ୍ଡନ କରିବାସହ ସବୁ କିଛି ଠିକ୍ ଠାକ୍ ଛାଲିଥିବା ସଫେଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *