କଟକ ସଦର(୧୭/୧୨) 42 ମୌଜ଼ା ଦେଉଳି ଗ୍ରାମରେ ଜନ୍ମିତ କର୍ମଯୋଗୀ ସ୍ୱାଧୀନତା ସଂଗ୍ରାମୀ ଗୁଣନିଧି ମହାନ୍ତି ଙ୍କ 63 ତମ ମହାପ୍ରୟାଣ ଦିବସ ଗୁଣନିଧି ମହାନ୍ତି ସ୍ମୃତି କମିଟି ତରଫରୁ ଦେଉଳି ସ୍ଥିତ ଭୀମଭୋଇ କମ୍ୟୁନିଟି ସେଣ୍ଟର ରେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ ହୋଇଅଛି ।ଏ ହି କାର୍ଯ୍ୟ କ୍ରମ କୁ ସ୍ମୃତି କମିଟିର ଆବାହକ ସନ୍ତୋଷ କୁମାର ପତି ଆୟୋଜନ କରିଥିଲେ ।ଏଥିରେ 42ମୌଜ଼ା ଶାନ୍ତି କମିଟିର ସଭାପତି ଶରତ ଚନ୍ଦ୍ର ରାୟ ସଭାପତିତ୍ୱ କରିଥିଲେ ।ବାରମ୍ବାର ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ମଧ୍ୟ ସ୍ବର୍ଗତ ଗୁଣନିଧି ମହାନ୍ତି ଙ୍କ ଜନ୍ମ ମାଟିରେ ଏକ ସ୍ମୃତି ସ୍ତମ୍ବ କିମ୍ବା ମୂର୍ତ୍ତି ବସି ପାରିଲା ନାହିଁ ।କିମ୍ବା ତାଙ୍କ ଜନ୍ମ ଗ୍ରାମକୁ ସରକାର ଆଦର୍ଶ ଗ୍ରାମ ରୂପେ ଗ୍ରହଣ କଲେ ନାହିଁ ।ସେଥିପାଇଁ ସ୍ମୃତି କମିଟି ରସମସ୍ତ ସଭ୍ୟ ଦୁଃଖ ପ୍ରକାଶ କରିଥିଲେ ।ଏହି ସଭାରେ ଶାନ୍ତି କମିଟିର ଉପସଭାପତି ପ୍ରଫୁଲ କୁମାର ମହାପାତ୍ର ଅଶୋକ ରାଉତ ରବିମହାନ୍ତି ଶ୍ରଦ୍ଧାକାନ୍ତ ମହାନ୍ତି ଅଶୋକ ପତି ନାରାୟଣ ମହାନ୍ତି ଉପେନ୍ଦ୍ର ବାରିକ ସଦାନନ୍ଦ ଭୋଇ ପ୍ରଫୁଲ ଭୋଇ ବଂଶୀଧର ଭୋଇ ଦୁର୍ଗା ପ୍ରସାଦ ପତି ସଞ୍ଜୟ ଭୋଇ ।ଅଧ୍ୟାପକ ଖଲିକୁଜ ଜମାନ ଖା ପ୍ରମୁଖ ଯୋଗଦାନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
କଟକ ସଦର ରୁ ଅଫସର ଅଲ୍ଲୀ ଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ।