ଆଜିର ବ୍ୟସ୍ତ ବହୁଳ ସମୟରେ ସୁନ୍ଦର ସ୍ୱାସ୍ଥ୍ୟ ଟିଏ ପାଇଁ ସମସ୍ତେ ବ୍ୟାକୁଳ.. ହେଲେ ଯେଉଁମାନେ କଠିନ ପରିଶ୍ରମ କରି ନିଜ ସ୍ୱାସ୍ଥ୍ୟ କୁ ସୁନ୍ଦର କରି ଗଢି ତୋଳିବା ପାଇଁ ପ୍ରୟାସ କରିଚାଲିଛନ୍ତି ସେମାନଙ୍କ ପାଇଁ ମଧ୍ୟ ନିଆରା ପ୍ରତିଯୋଗିତା ଦେଖିବାକୁ ମିଳିଥାଏ.. ସେମିତି ଏକ ନିରନ୍ତର ପ୍ରୟାସ କରି ଚାଲିଛି ଟିଟିଲାଗଡ଼ ସହରର ଏସ ଏମ ଫିଟନେସ.. ଆଉ ଏହି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ ବି କମ ନାହିଁ…. ଆସନ୍ତୁ ଦେଖିବା ଟିଟିଲାଗଡ଼ ସହର ସ୍ଥିତ ଓମ ଭ୍ୟାଲି ସ୍କୁଲ ପରିସରରେ ଆୟୋଜିତ ହୋଇଥିବା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା….
ଚାଲିଛି ନିଜ ନିଜ ଶରୀର ର ବିଭିନ୍ନ ଗଠନ ମୂଳକ ସ୍ୱାସ୍ଥ୍ୟ ର ପ୍ରଦର୍ଶନ… ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କୁ ନେଇ ସମସ୍ତ ପ୍ରତିଯୋଗି ବି ନିଜ ନିଜ ଶରୀର କୁ ପ୍ରଦର୍ଶନ କରିବାରେ ଲାଗିଛନ୍ତି… ନିୟମିତ ଶାରୀରିକ ବ୍ୟାୟାମ ସାଙ୍ଗକୁ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ କଠିନ ପରିଶ୍ରମ କରି ରାଜ୍ୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା କୁ ଓଲ୍ଲାଇଛନ୍ତି… ଏମାନଙ୍କ ମଧ୍ୟରେ ସମ୍ବଲପୁର ର ଶଙ୍କର ମେହେର ଏବଂ ମହିଳା ବର୍ଗ ରେ ଅଙ୍କିତା ମିଶ୍ର ଟପ୍ପର ହୋଇଛନ୍ତି… ତେଵେ ଟପ୍ପର ଶଙ୍କର ମେହେର ଙ୍କୁତାଙ୍କ ମା ଗୋଲଡ଼ ମେଡାଲ ପ୍ରଦାନ କରିବା ଥିଲା ନିଆରା ମୁହୂର୍ତ୍ତ..

ଟିଟିଲାଗଡ଼ ସହର ସ୍ଥିତ ଏସ ଏମ ଫିଟନେସ ତରଫରୁ ଆୟୋଜିତ ହୋଇଥିଲା ରାଜ୍ୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା.. ଏଥିରେ ରାଜ୍ୟର 22 ଗୋଟି ଜିଲ୍ଲା ରୁ 122 ଜଣ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ l ଟିଟିଲାଗଡ଼ ସହର ସ୍ଥିତ ଓମ ଭ୍ୟାଲି ସ୍କୁଲ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତା ରେ ବିଶିଷ୍ଟ ସମାଜସେବି ଦୀପକ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସତ୍ୟବୀର ଲାଲ ଅଗ୍ରୱାଲ ଏବଂ ରାକେଶ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପ୍ରଥମ, ଦୃତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଟ୍ରଫି, ଟିଟିଲାଗଡ କରଣ ସମାଜ ର ସଭାପତି ଦୟା ସାଗର ପଟ୍ଟନାୟକ,କାର୍ଯ୍ୟନିର୍ବାହୀ ଦେବୁ ପଟ୍ଟନାୟକ, ଯୁବ ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକ ମାନପତ୍ର ସହ ନଗଦ ରାଶିରେ ସମ୍ମାନିତ କରିଥିଲେ l
ଟିଟିଲାଗଡ଼ ରୁ ଦିନେଶ ଶର୍ମା ଙ୍କ ସହିତ ବଲାଙ୍ଗିର ରୁ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଟାଇମ୍ସ ଅଫ କଳିଙ୍ଗ ଟିଭି

Leave a Reply

Your email address will not be published. Required fields are marked *