କଟକ ସଦର ଅନ୍ତର୍ଗତ କିଶନନଗର ଥାନା ଅଧିନସ୍ତ ସିର୍ଲୋ ଠାରେ ଏକ କିସାନ କ୍ରେଡିଟ କୋଅପରେଟିଭ୍ ସୋସାଇଟି ଖୋଲି ଜମାକାରୀଙ୍କୁ ମିଥ୍ୟା ପ୍ରତିଶୃତି ଓ ପ୍ରଲୋଭନ ଦେଖାଇ କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା ଦୁଇ ବର୍ଷ ତଳେ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ ର ଟାଳଟୁଳ ନୀତି ପାଇଁ ଜନୈକ ଜମାକାରୀ ଅଦାଲତ ଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ଙ୍କ ନିର୍ଦେଶ କ୍ରମେ କିଶନନଗର ପୋଲିସ ସିର୍ଲୋ ବ୍ରାହ୍ମଣଖଣ୍ଡ ଗ୍ରାମର ରବିନ୍ଦ୍ରନାଥ ବସ୍ତିଆ(୫୫) ଓ ଶ୍ରୀରାମ ମଲ୍ଲିକ (୫୫) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଅନ୍ୟ ଦୁଇ ମୂଖ୍ୟ ଅଭିଯୁକ୍ତ ସୁରଥ ପରିଡ଼ା ଓ ତାଙ୍କ ପତ୍ନୀ ସତ୍ୟଭାମା ପରିଡ଼ା ଗିରଫ ଭୟରେ ଅଦାଲତରେ‌ ଆତ୍ମସମର୍ପଣ କରି ଜାମିନ ଆଣିଥିବା ଜଣାପଡିଛି।
କଟକ ସଦର ରୁ ଅଫସର ଅଲ୍ଲୀ ଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ।

Leave a Reply

Your email address will not be published. Required fields are marked *