ନୟାଗଡ ( ମଙ୍ଗରାଜ ) ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ହରିହରପୁର ଗ୍ରୀନକ୍ଲବ ପରିସରରେ ପ୍ରତିବର୍ଷ ଭଳି ଏଇ ବର୍ଷ ମଧ୍ୟ ଶିଶୁ ମହୋତ୍ସବ ଅଙ୍କୁରାୟନ ମହାସମାରୋହର ଅନୁଷ୍ଠିତ ହୋଇଯାଇଛି ।ଜଗତସିଂହପୁର ଲଙ୍କାପଡ। ଦ୍ୱାରା ପ୍ରାୟୋଜିତ ଏହି ଶିଶୁ ମହୋତ୍ସବ ଅଙ୍କୁରାୟନ ଏକ ସମୟରେ ତା ୧୭/୧୮/୧୯ ତାରିଖ ତିନିଦିନ ଧରି ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲା ହରିହରପୁର ଗ୍ରୀନ କ୍ଲବ ଠାରେ ଅନୁଷ୍ଠିତ ହୋଇଥାଏ ।୧୬ ତାରିଖ ଦିନ ସନ୍ଧ୍ୟାରେ ପ୍ରଭୁ ଲଡୁବାବଙ୍କ ମନ୍ଦିରରୁ ମଶ।ଲକୁ ଶୋଭାଯାତ୍ରାରେ ଆଣି ଗ୍ରୀନ କ୍ଲବ ଠାରେ ସ୍ଥାପନ ସହିତ ଅଖଣ୍ଡ ଜ୍ୟୋତି ପ୍ରଜ୍ବଳନ କରାଯାଇଥିଲା ।୧୭ ତାରିଖ ଦିନ ସକାଳୁ ବିଭିନ୍ନ ପ୍ରତିଯୋଗିତା ପାଇଁ ନିକଟସ୍ଥ ସମସ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଠାରୁ ଦଶମ ଛାତ୍ରଛାତ୍ରୀ ବରିଷ୍ଠ ଓ ପ୍ରଥମ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କନିଷ୍ଠ ବିଭାଗରେ ଅଂଶଗ୍ରହଣ କରିଥିଲେ ।ପ୍ରତିଦିନ ପ୍ରାୟ ୬୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଗାଇଡି ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ ସହିତ ମଧ୍ୟାହ୍ନ ଭୋଜନରେ ଅଂଶଗ୍ରହଣ କରିଥିଲେ ।ଲମ୍ଵଡିଆଁ,ଉଚ୍ଚଡିଆଁ,୧୦୦ ମିଟର ଦୌଡ଼, ପୁଚିଖେଳ,ଦଉଡିଡିଆଁ,ଝୋଟି,ସଙ୍ଗୀତ,ବତ୍ରୁକ୍ତା,ସୃଜନିକା( ସୃଜନଶୀଳ ଲିଖନ),ଇନ୍ଦ୍ରଧନୁ(ଚିତ୍ର।ଙ୍କନ) ମୁରୁଜ,ଜ୍ଞାନସିନ୍ଦୁକ( କୁଇଜ),ଏକକ ଅଭିନୟ,ମେହେନ୍ଦୀ, ଗୀତ ଆବୃତ୍ତି ପ୍ରଭୁତି ପ୍ରତିଯୋଗିତା ବାଳକ, ବାଳିକା ଓ ବରିଷ୍ଠ ବିଭାଗ ,କନିଷ୍ଠ ବିଭାଗ ମଧ୍ୟରେ କରାଯାଇ ପ୍ରତିଟି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହା ସହିତ ଅଂଶଗ୍ରହଣ କରିଥିବା ବିଚାରକ ଓ ଉପସ୍ଥିତ ଅତିଥିମାନଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ସଭାପତି ବିଭୁପ୍ରସାଦ ମିଶ୍ର,ସମ୍ପାଦକ କୁମାର ଚନ୍ଦ୍ର ବରାଡ଼,କୋଷ।ଧକ୍ଷ କୈଳାସ ଚନ୍ଦ୍ର ମହାରଣା,ବରିଷ୍ଠ ସଦସ୍ୟ ସୌଦାଗର ନାୟକ ସମେତ ଗ୍ରୀନ କ୍ଲବର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା ଓ ସହଯୋଗ କରିଥିଲେ ।ବିଚାରକ ଭାବରେ ଶିକ୍ଷାବିତ ଦୀନବନ୍ଧୁ ମହାପାତ୍ର,ରାମକୃଷ୍ଣ ପରିଡା, ଡ଼ଃ ସୁରେଶ ବର।ଡ,କଣ୍ଠସ୍ଲିପି ରବିନ୍ଦ୍ରକୁମାର ତ୍ରିପାଠୀ, ସଂଧ୍ୟାରଣୀ ସାହୂ,ପ୍ରଜ୍ଞ।ପରିମିତ। ସାହୂ,ପଣ୍ଡିତ କିଶୋର କୁମାର କର,ସଙ୍ଗୀତଜ୍ଞ ସୁବାସ ଚନ୍ଦ୍ର ନାୟକ ପ୍ରଭୁତି ରହି ଯୋଗ୍ୟ କୃତୀ ପ୍ରତିଯୋଗୀତାଙ୍କୁ ବାଛି ଥିଲେ । ତିନିଦିନ ଧରି ନୀଳମାଧଵ ମିଶ୍ର ଓ ସ୍ନେହଶିସା ମହାପ।ତ୍ର ମଞ୍ଚ ପରିଚାଳନା ଓ ଉଦଘୋଷକ ଭାବରେ କାର୍ଯ୍ୟ କରିଥିଲେ । କାର୍ଯ୍ୟକ୍ରମ ର ଅନ୍ତିମ ଦିବସରେ ସଭାପତି ବିଭୁଦତ୍ତ ମିଶ୍ରଙ୍କ ଅଧକ୍ଷତାରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟବକ୍ତା ଭାବରେ ଡ଼ଃ ଗୋବିନ୍ଦ ଚନ୍ଦ୍ର ଦାଶ ପ୍ରାକ୍ତନ ଭାଷା ଓ ସାହିତ୍ୟ ବିଭ।ଗୀୟ ମୁଖ୍ୟ ନୟାଗଡ଼ କଲେଜ ଓ ସଂମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରୀତମ ଚେତନ ହୋତା ଜଳସମ୍ପଦ ବିଭଗ ସୁପରିଟେଣ୍ଡେଡ଼ ଇଞ୍ଜିନିୟର, ଶ୍ରୀଯୁକ୍ତ ବିନୋଦ କୁମାର ସାହୂ ବରିଷ୍ଠ ସାମ୍ବାଦିକ ,ନାରୀନେତ୍ରୀ ପଂଚାୟତ ସରପଞ୍ଚ ବିଳ।ସିନୀ ଦେଇ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଡ଼ଃ ସୁରେଶ ଚନ୍ଦ୍ର ବର।ଡଙ୍କ ସ୍ୱରଚିତ ଗଳ୍ପ ପୁସ୍ତକ “ପ୍ରାୟଶ୍ଚିତ ” ଅତିଥିମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା । ସର୍ବଶେଷରେ ସମ୍ପାଦକ କୁମର ଚନ୍ଦ୍ର ବରାଡ଼ ଧନ୍ୟବାଦ ପ୍ରଦାନ କରିଥିଲେ ।