କଟକ ସଦର ଅନ୍ତର୍ଗତ ଗତିରାଉତ୍ ପାଟଣା, ଡିଅସାହି ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ୨ୟ ବାର୍ଷିକ ଉତ୍ସବ ୨୦ତାରିଖ (ରବିବାର)ଦିନ ମହାସମାରୋହରେ ପାଳିତ ସୋଇଯାଇଛି।ପ୍ରାରମ୍ଭରେ ଏକ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ କି ଏକ ଶତରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ରାଜ୍ୟର ବିଭିନ୍ନ ଅଂଚଳରୁ ଆସି ନିଜ ନିଜର ସ୍ବରଚିତ କବିତା ମାନ ଆବୃତ୍ତି କରିଥିଲେ।,ପରେ ପରେ ଏହି ଶମ୍ଭର୍ଦ୍ଧନା ସଭା ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଚୈତନ୍ୟ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା।ସଫିପୂର୍ ,ପରମହଂସ ସ୍ଥିତ ମା କୋଚିଲେଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଉକ୍ତ ସଭାରେ ବିଶିଷ୍ଟ କବି ଓ ସାମ୍ବାଦିକ ଇଂ ସୌଦାଗର ବେହେରା,ସାହିତ୍ୟିକ/ଅଧ୍ୟାପକ ପ୍ରସନ୍ନ କୁମାର ସ୍ୱାଇଁ,ନବକଳିକର ସମ୍ପାଦକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ,ଅନନ୍ତ ନିର୍ଝର ଉଦୟଭାନୁ ସାହିତ୍ୟ ସଂସଦ ର ସମ୍ପାଦିକା ଶ୍ରୀମତୀ ସରୋଜିନୀ ମିଶ୍ର,ଅନୁଷ୍ଠାନର ଉପସଭାପତି ଡକ୍ଟର ସନ୍ତୋଷ କୁମାର ପଣ୍ଡା,ପ୍ରାର୍ଥନା ପାଲା ମୁକାବିଲା ସମୀକ୍ଷକ ଡକ୍ଟର ନିରଞ୍ଜନ ସାହୁ,ରାଷ୍ଟ୍ରଦୀପ ର ସହ – ସମ୍ପାଦିକା ଶ୍ରୀମତୀ ପ୍ରଜ୍ଞା ଆଚାର୍ଯ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ସାହିତ୍ୟ ତଥା କବିତା ଲିଖନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ମାନଙ୍କୁ ତଥା କବି,କବୟିତ୍ରୀ ଏଵଂ ଗଣମାଧ୍ୟମର ବ୍ୟକ୍ତି ବିଶେଷଙ୍କୁ ସମ୍ଭର୍ଧିତ କରାଯାଇଥିଲା।ପରିଶେଷରେ ଅନୁଷ୍ଠାନ ର ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Breaking