ଟିଟିଲାଗଡ଼ – ଶ୍ରୀ ଦାଦିଯି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ସ୍ଥାନୀୟ ପିପଲପଦର ଠାରେ ଉଦଯାପିତ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୋଲିସ ଆଇ ଜି ଶ୍ରୀଯୁକ୍ତ ହିମାଂଶୁ ଲାଲ , ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରୀହାନ ଖତ୍ରୀ , ପ୍ରଭାବତୀ ପବ୍ଲିକ ସ୍କୁଲ ଚେୟାରମେନ ଶ୍ରୀ ସୁଶିଲ ସରାଫ, ଅଧ୍ୟକ୍ଷା ଡ ସୁନନ୍ଦା ଜଟି ପ୍ରମୁଖ ମଞ୍ଚାସିନ ହୋଇଥିଲେ। ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଦ୍ଵୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସ୍କୁଲର କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କ୍ଲାସ ନର୍ସରୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀର ବିଦ୍ୟାର୍ଥୀଙ୍କ ଦ୍ଵାରା ମେରା ଦେଶ ମେରା ମିଟୀ ଥିମ ଅନୁଯାୟୀ ଦେଶ ଭକ୍ତି ଗୀତର ତାଳେ ତାଳେ ଦେଶର ଜବାନ ମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ଯାହାକି ଆସିଥିବା ଅଭିଭାବକ ତଥା ଅତିଥିଙ୍କ ମନ ମୋହି ନେଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ହିମାଂଶୁ ଲାଲ ଶିକ୍ଷା ଗ୍ରହଣ କରିବା ସହ ଅନ୍ୟ ଜିନିଷ ବିଷୟରେ ଜ୍ଞାନ ଆହରଣ କରିବାକୁ ପଡ଼ିବ ବୋଲି କହିଥିଲେ। ଏହି ଦୁଇ ଦିବସୀୟ ବାର୍ଷିକ ଉତ୍ସବକୁ ସଫଳ ରୂପାୟନ କରିବାରେ ସ୍କୁଲର ଉପାଧ୍ୟକ୍ଷ ଶ୍ରୀ ପିତାମ୍ବର ଶର୍ମା,ଏଡମିସନ ଏଡମିନ ଧରିତ୍ରୀ ମହାନ୍ତି, ପିଟି ସାର ଦଳବେହେରା ବାବୁ, ଲବ ସୁନାନି, ଶିକ୍ଷକ ତୁଷାର ଦାସ, ବନମାଳୀ ପଣ୍ଡା, ଚାନ୍ଦ ସାର, ନୃତ୍ୟ ଗୁରୁ ଟୁଲୁ ସାର, ଏକାଡେମୀକ ଡାଇରେକ୍ଟର, କୋର୍ଡିନେଟର ପ୍ରମୋଦ ପାଲଙ୍କ ସହ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିବାରେ ସହଯୋଗ କରିଥିଲେ।
ଟିଟିଲାଗଡ ରୁ ଦିନେଶ ଶର୍ମା ଙ୍କ ସହିତ ବଲାଙ୍ଗିର ରୁ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଟାଇମ୍ସ ଅଫ କଳିଙ୍ଗ ଟିଭି

Leave a Reply

Your email address will not be published. Required fields are marked *