ପୁସ୍ତକ ଆମ ପ୍ରଜ୍ଞା, ଅନୁଭବ, ଓ ଅବବୋଧର ମୂଳ ଆଧାର ହେବା ସତ୍ତ୍ୱେ, ବର୍ତ୍ତମାନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରଭାବରେ ଇଣ୍ଟରନେଟ ଓ ଗୁଗଲ୍ ମଧ୍ୟ ଅଧିକାଂଶଙ୍କ ପାଇଁ ପ୍ରମୁଖ ଅବଲମ୍ବନ ହୋଇପାରେ, କିନ୍ତୁ ପୁସ୍ତକର ବିକଳ୍ପ କେବେ ହେବାକୁ ଶକ୍ତି ନାହିଁ। ପୁସ୍ତକ ସବୁବେଳେ ଏକ ବିଶ୍ୱସନୀୟ ବନ୍ଧୁ ଭାବରେ ଆମକୁ ମାର୍ଗଦର୍ଶନ ଦେଇଥାଏ, ଯାହା କେବେ ଧୋକା ଦେଉନାହିଁ। ପାଠକମାନେ ପୁସ୍ତକରୁ ନେଇଥିବା ଜ୍ଞାନ ଓ ପ୍ରେରଣାକୁ ସାର୍ଥକ କରିଥାନ୍ତି, ଏବଂ ପୁସ୍ତକ ମେଳା ଏହି ସତ୍ୟକୁ ସାଂଗପାଙ୍ଗ କରିପାରିଛି। ପୁସ୍ତକ ମେଳା କେବଳ ଏକ ପଦର୍ଶନୀ ନୁହେଁ, ଏହା ଲେଖକ, ପ୍ରକାଶକ, ବିତରକ, ଓ ପାଠକମାନଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାର ସୁନ୍ଦର ପ୍ଲାଟଫର୍ମ ହେବା ସହିତ ଆମ ସାରସ୍ୱତ୍ୱ ଗୌରବକୁ ନବୀନ ରୂପ ଦେଇଥାଏ। ଏହି ପ୍ରସଙ୍ଗରେ, ଶ୍ରେକ୍ଷେତ୍ର ପୁସ୍ତକ ମେଳା ପ୍ରତିବର୍ଷ ଆୟୋଜିତ ହୋଇ ସାହିତ୍ୟର ମୂଲ୍ୟବୋଧ ଓ ପୁସ୍ତକର ଗୁରୁତ୍ୱକୁ ସମ୍ବଲିତ କରି ଆସୁଛି।