ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏମଭି ଚେକିଂ ଚାଲିଥିବା ବେଳେ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଚୋରା ବ୍ରାଉନ ସୁଗାର ଜବତ l ପୋଲିସ ଏହି ଘଟଣାରେ ଭଦ୍ରକ ଜିଲ୍ଲା ଆଗରପଡା ଥାନା କୁଆଁସ ଗଢିଆ ଗ୍ରାମର ଶିବଶଙ୍କର ଦାସ (୪୪ ବର୍ଷ) ନାମକ ଜଣେ ଯୁବକଙ୍କୁ ଗିରଫ କରିଛି l ଏହି ଯୁବକ ନିକଟରୁ ପୋଲିସ ୪୧. ୫୫ ଗ୍ରାମ ବ୍ରାଉନ ସୁଗାର ସହିତ ଏକ ଭିଭୋ ମୋବାଇଲ ଫୋନ ଏବଂ ଏକ ହୁଣ୍ଡା ସାଇନ. ମୋଟର ସାଇକେଲ ଜବତ କରିଛି l 35 ଦାଦନ ଶ୍ରମିକ ଉଦ୍ଧାର, ଟିଟିଲାଗଡ଼, ଟିଟିଲାଗଡ଼ ପୋଲିସ ବୁଧବାର ରାତ୍ରୀରେ 35 ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି l ଟିଟିଲାଗଡ଼ ଥାନା ଅନ୍ତର୍ଗତ ବୁର୍ଡିପଡା ଗ୍ରାମ ନିକଟରୁ ଦଲାଲ ଦ୍ୱାରା ଚାଲାଣ ହେବାକୁ ଶ୍ରମିକଙ୍କୁ ରଖାଯାଇଥିବା ବେଳେ ଟିଟିଲାଗଡ଼ ପୋଲିସ ଖବର ପାଇ ଚଢ଼ାଉ କରିଥିଲା l ପୋଲିସ 5 ଶିଶୁ, 3 ନାବାଳିକା, 10 ମହିଲାଙ୍କ ସମେତ ମୋଟ 35 ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି l ଶ୍ରମିକ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡଭେଲା ବ୍ଲକର ଗୁଡଭେଲା ଏବଂ ଜାମୁଟ ଗ୍ରାମର ବୋଲି ଜଣାପଡିଛି l ଉଦ୍ଧାର ପରେ ସେମାନଙ୍କୁ ଟିଟିଲାଗଡ଼ ଥାନାରେ ରଖାଯାଇଥିବା ବେଳେ ଶ୍ରମ ଅଧିକାରୀଙ୍କୁ ସୂଚିତ ସହ ସେମାନଙ୍କୁ ଘରକୁ ପଠାଯିବ ବୋଲି ଥାନା ଆଇଆଇସି ବିଶ୍ୱଜିତ ମନବୋଧ କହିଛନ୍ତି l ଉଦ୍ଧାର ଶ୍ରମିକଙ୍କ କହିବା ଅନୁସାରେ ଦଲାଲ ସେମାନଙ୍କୁ ଜଣ ପ୍ରତି 40 ହଜାର ଟଙ୍କା ବଇନା ଦେବ ବୋଲି ପ୍ରତିଶୃତି ଦେଇଥିଲା l ଅନ୍ୟପକ୍ଷରେ ଦାଦନ ସର୍ଦ୍ଦାର ଫେରାର ହେବାକୁ ସକ୍ଷମ ହୋଇଛି l ଟିଟିଲାଗଡ଼ ରୁ ଦିନେଶ କୁମାର ଶର୍ମା ଙ୍କ ରିପୋର୍ଟ୍ ଟାଇମ୍ସ ଅଫ କଳିଙ୍ଗ

Leave a Reply

Your email address will not be published. Required fields are marked *