ମାଓ କାର୍ଯ୍ୟକଳାପ ଦମନ କରିବାକୁ ଓଡ଼ିଶା ପୁଲିସ ତରଫରୁ ସବୁ ସମୟରେ ବିଭିନ୍ନ କାର୍ଯ୍ୟପନ୍ଥା ଅବଲମ୍ବନ କରାଯାଉଛି । ପୁଲିସ ତରଫରୁ ସର୍ଚ୍ଚ ଅପୋରେସନ କରାଯାଉଛି। ଗତକାଲି ତୁରେକେଲା ଥାନା ଅନ୍ତର୍ଗତ ଛତରଦାଣ୍ଡି ଗ୍ରାମ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଠାବ କରିଛି ଓଡ଼ିଶା ପୁଲିସ । ଓଡ଼ିଶା ପୁଲିସର ଏସଓଜି ଏବଂ ଡିଭିଏଫ୍ ଯବାନ୍ ମାନେ ଏହି କ୍ୟାମ୍ପ ଠାବ କରିଛନ୍ତି। ମାଓ କ୍ୟାମ୍ପରେ କୌଣସି ମାଓବାଦି ନଥିଲେ ହେଁ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ବିସ୍ଫୋରକ ଜବତ କରାଯାଇଛି । ଏନେଇ ଆଜି ସ୍ଥାନୀୟ ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରି ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ । ପ୍ରକାଶ ଯେ ଛତରଦାଣ୍ଡି ଅଞ୍ଚଳରେ ମାଓ ଗତିବିଧି ରହିଥିବା ପୁଲିସ ସୂଚନା ପାଇଥିଲା । ତୁରେକେଲା ଆଇଆଇସି ରମାକାନ୍ତ ସାହୁଙ୍କ ନେତୃତ୍ୱ ଏକ ଟିମ୍ ସେହି ଅଞ୍ଚଳରେ ସର୍ଚ୍ଚ ଅପୋରେଶନ ଆରମ୍ଭ କରିଥିଲେ । ଏହି ଆପୋରେଶନରେ ଏକ ମାଓ କ୍ୟାମ୍ପ ଠାବ କରିବାରେ ସକ୍ଷମ ହୋଇଛନ୍ତି । ଏହି ଅବସରରେ ଉତ୍ତରାଞ୍ଚଳ ଆଇଜି ମାଓ କାର୍ଯ୍ୟକଳାପ ଚଳାଉଥିବା ମାଓବାଦୀ ମାନଙ୍କୁ ହିଂସାର ମାର୍ଗ ଛାଡ଼ି ସମାଜର ମୁଖ୍ୟ ସ୍ରୋତ କୁ ଫେରି ଆସିବାକୁ ଆହ୍ଵାନ କରିଛନ୍ତି । ବଲାଙ୍ଗିର ଜିଲ୍ଲା ରୁ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଟାଇମ୍ସ ଅଫ କଳିଙ୍ଗ ଟିଭି