ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆଜି ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଦିନ ୧୧:୧୫ ମିନିଟ ସମୟରେ ପୁରୁଣା ସହର ସିଦ୍ଧ ମଠ ଠାରେ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ସିଦ୍ଧାମଠ ସ୍ଥିତ କେଶବ ବାବାଙ୍କ ଆଶ୍ରମ ପରିଷରରେ ଏକ ମନ୍ଦିର ନିର୍ମାଣ ପାଇଁ ଆଜି ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଵନ୍ଦାପନା କରି ପାଛୋଟି ନିଆ ଯାଇଥିଲା । ସେଠାରେ ଭୂମି ପୂଜନ ରେ ଯୋଗ ଦେବା ପରେ ୧୨:୩୦ ମିନିଟ ସମୟରେ ସେଠାରୁ ସିଧା ସର୍କିଟ ହାଉସ ଫେରୀ ପୁଣି ୧ ଟା ସମୟ ରେ ହ୍ୟାଣ୍ଡବଲ ପଡ଼ିଆରେ ଚାଲିଥିବା ରାଜ୍ୟ ସ୍ତରୀୟ ସବ ଜୁନିୟର ହ୍ୟାଣ୍ଡ ପ୍ରତିଯୋଗୀତା ଉଦଯାପନୀ ଉତ୍ସବରେ ଯୋଗ ଦେଇ ୧:୩୦ ମିନିଟ ସମୟରେ ଅଡ଼ିଟରିଅମରେ ଇଣ୍ଡିଆନ ବାଇ ବାର୍ଥ ନାମକ ସ୍ବେଚ୍ଛାସେବୀ ସଂଗଠନର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ଏହା ପରେ ସେ ସର୍କିଟ ହାଉସ ଯାଇ ମଧ୍ୟାହ୍ନ ଭୋଜନ ନେଇ ବିଶ୍ରାମ ନେବା ପରେ ସନ୍ଧ୍ୟା ୭ଟାରେ କାଳି ପଡିଆଠାରେ ହେବାକୁ ଥିବା ଗୋନାଶିକା ମହୋତ୍ସବକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *