ରାଜ୍ୟସଭାରେ ଗୃହ ମନ୍ତ୍ରୀ ଅମିତ ଶାହା ଭାରତ ରତ୍ନ ଡକ୍ଟର ବି. ଆର. ଆମ୍ବେଦକର ଙ୍କ ପ୍ରତି ଯେଉଁ ଅରୁଚିକର ମନ୍ତବ୍ୟ ଦେଇଥିଲେ ତାହାର ପ୍ରତିବାଦ ରେ ଆଜି ଧର୍ମଗଡ଼ ଚାରିଛକ ଠାରେ ଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଠାରେ OBC-ST-SC ମିଳିତ ମହାସଂଘ ଓ ଓକିଲ ମାନଙ୍କ ପକ୍ଷ୍ୟରୁ ପ୍ରତିବାଦ କରାଯାଇଥିଲା ।ଶ୍ରୀଯୁକ୍ତ ଶାହା ତାଙ୍କ ଟିପ୍ପଣୀ ରେ ଯେଉଁ ଆମ୍ବେଦକର ,ଆମ୍ବେଦକର କହିବା ଆଜି ଏକ ଫେସନ ପାଲଟି ଗଲାଣି, ସେମାନେ ଯେତେଥର ଏଭଳି ନାମ ଜପୁଛନ୍ତି, ତା ବଦଳରେ ଯଦି ଭଗବାନ ଙ୍କ ନାମ ଜପିଥିଲେ ସେମାନଙ୍କ ସାତ ପୁରୁଷ ସ୍ୱର୍ଗ ରେ ଉପଭୋଗ କରିଥାନ୍ତେ ବୋଲି କହିଥିଲେ। ଏହାକୁ ପ୍ରତିବାଦ କରି ଓକିଲ ଦିଗାମ୍ବର ଦୁରିଆଏହାକୁ ପ୍ରତିବାଦ କରି , ସ୍ୱର୍ଗ କେହି ଦେଖି ନାହାନ୍ତି, କିମ୍ୱା ଆମକୁ ମଧ୍ୟ ଏହା ଦରକାର ନାହିଁ. ଆମ ପୂର୍ବପୁରୁଷ ଶହ ଶହ ବର୍ଷ ଧରି ଭଗବାନ ଙ୍କ ନାମକୁ ଜପି ଜପି ମରିଯାଇଛନ୍ତି ହେଲେ ଆମ ଲୋକଙ୍କୁ ଶିକ୍ଷା, ନିଯୁକ୍ତି, ସମ୍ପତ୍ତି ମିଳିନାହିଁ। କିନ୍ତୁ କେବଳ ଡକ୍ଟର. ଆମ୍ବେଦକର ଓ ତାଙ୍କ ଲିଖିତ ସମ୍ବିଧାନ ର ଆଶୀର୍ବାଦ,ତଥା ଜ୍ୟୋତିବା ଫୁଲେ ଙ୍କ ଲଢେଇ ଫଳରେ ହିଁ ଆଜି ଆମେ ଏକ ସ୍ୱାଭିମାନୀ ଜୀବନ ବଞ୍ଚିବାର ସୌଭାଗ୍ୟ ମିଳିଛି। କୌଣସି ଭଗବାନ,ଆଲ୍ହା,ଯୀଶୁ କିମ୍ୱା କେହିବି ଆମକୁ ସ୍ୱାଭିମାନ ଦେଇନାହାନ୍ତି, ତେଣୁ ଶାହା ଙ୍କ ଏହି କଟୁ ମନ୍ତବ୍ୟ ଆମ୍ବେଦକର ଓ ତାଙ୍କ ସମ୍ବିଧାନ ପ୍ରତି RSS ଓ ବିଜେପି ଦଳର ଆଭିମୁଖ୍ୟ ର ଅସଲି ପ୍ରତିଛବି ବୋଲି କହିଛନ୍ତି ।, ଅମିତ ଶାହା ବାବା ସାହେବ ଙ୍କ ବିରୁଦ୍ଧରେ ଏଭଳି ଟିପ୍ପଣୀ ଦେଇ ଏ ଦେଶର କୋଟି କୋଟି OBC-ST-SC ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି।ତେଣୁ ସେ ଶୀଘ୍ର ଭାରତ ବାସୀ ଙ୍କୁ କ୍ଷମା ମାଗନ୍ତୁ ବୋଲି ସଂଘ ପକ୍ଷରୁ ଦାବୀ କରିଥିଲେ ।

Leave a Reply

Your email address will not be published. Required fields are marked *