କୁକୁଡାଖଣ୍ଡି ବ୍ଲକ ଅଧୀନ ସାବୁ ପଞ୍ଚାୟତ ରେ ବେଆଇନ ମୋରୋମ ଓ ପଥର ଚାଲାଣ ହେଉଛି। ଦିନ ଦ୍ବିପହରରେ ଖୁଲମ୍ ଖୋଲା ଚାଲିଛି ଚୋରା ଚାଲାଣ । ପ୍ରଶାସନ କୁ ଖାତିର ନକରି ବେଆଇନ୍ ହେଉଛି କାରବାର । କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ମାଇନ୍ସ୍ ଡିପାର୍ଟମେଣ୍ଟ । ସବୁ ଦେଖି ପ୍ରଶାସନ ନୀରବ । ସ୍ଥାନୀୟ ବାସିନ୍ଦା ଏହି ଅଭିଯୋଗ ୨୦ ବର୍ଷ ହେଲାଣି କରିଆସୁଛନ୍ତି କିନ୍ତୁ ତାଙ୍କ ଅଭିଯୋଗର କିଛି ସମାଧାନ ହୋଇପାରୁନି । ରୀତି ଅଧିଆ ହେଉଛି ଚୋରା ଚାଲାଣ ,୨୦ ରୁ ୩୦ ଫୁଟ ପର୍ଯ୍ୟନ୍ତ ମୋରମ ଖୋଳି ସରକାରୀ ଓ ଗୋଚର ପଡ଼ିଆ କୁ ଚଳୁ କରିଦେଲେଣି ମାଫିଆ । ୨୪ ବର୍ଷର ବିଜେଡି ସରକାର ମାଫିଆ ଙ୍କୁ ପ୍ରୋଷୋହନ ଦେଇ ମାଲା ମାଲ କରାଇଥିଲେ ବୋଲି ସାଧାରଣରେ ଚର୍ଚ୍ଚା । ଚଳିତ ସରକାର ଙ୍କ ଉପରେ ଭରସା କରି ସରକାର ବଦଳାଇଥିଲେ ଜନତା,କିନ୍ତୁ ମାଫିଆଙ୍କ ବେଆଇନ୍ କାର୍ଯ୍ୟଉପରେ କଣ କାର୍ଯ୍ୟାନୁଷ୍ଠାନ ନେବେ ତାହା ଚଳିତ ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ମିଫିଆ ଙ୍କ ଏପରି ବେଆଇନ୍ କାରନାମା ପାଇଁ ଲିଜ ନେଉଥିବା ବ୍ୟକ୍ତି ଅନେକ କ୍ଷତି ର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କୁ ନିବେଦନ ଏହି ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଉ ଓ ଏହାର ନିରାକରଣ ବ୍ୟବସ୍ଥା କରାଯାଉ । କୁକୁଡାଖଣ୍ଡି ରୁ ଜି.ରବିନ କୁମାର – ଟାଇମ୍ସ ଅଫ୍ କଳିଙ୍ଗ