ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ର ଚଢ଼ାଉ l ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ଙ୍କ ସୋନପୁର ସ୍ଥିତ ଭଡାଘରେ ଓ କାର୍ଯ୍ୟଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି । ରେଡ ରେ ସୋନପୁର ଭିଜିଲାନ୍ସ ବିଭାଗ ର ଅଧିକାରୀ ଥିବା ସୂଚନା ମିଳିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚାଲିଛି ରେଡ । ତେଵେ ଭିଜିଲାନ୍ସ ବିଭାଗ ର ଅଧିକାରୀ ମାନେ ଉଭୟ ସ୍ଥାନରେ ତନାଘନା ଜାରି ରଖିଥିବା ସୂଚନା l ୨୫00 ସ୍କୋୟାର ଗୋଟିଏ ଡବଲ ମହଲା ବିଶିଷ୍ଟ କୋଠାଘର, ତୁଳସୀନଗର ବଲାଙ୍ଗୀର,୧୯ ଗୋଟି ପ୍ଲଟ, ତିନୋଟି ଭୁବନେଶ୍ୱର ଠାରେ,୪ ଗୋଟି ସମ୍ବଲପୁର ଟାଉନରେ ଗୋଟିଏ ବରଗଡ ରେ,୪ ବାଲଣ୍ଡା ଠାରେ, ୬ ଗୋଟି ପ୍ଲଟ ବରଗଡ ଜିଲ୍ଲା ବିଜେପୁର ଠାରେ ଥିବାର ଭିଜିଲାନ୍ସ ପକ୍ଷରୁ ଜଣାଯାଇଛି l ଗୋଟିଏ ଫାର୍ମ ହାଉସ ପାଞ୍ଚ ଶହ ଟେକ ଗଛ ବଲଣ୍ଡା, ବିଜେପୁର ବରଗଡ ଠାରେ ରହିଛି ବାବୁଙ୍କ ର ଯାହା ର ମୂଲ୍ୟ ଏପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଇନାହିଁ l ଏଥି ସହିତ ବ୍ୟାଙ୍କ, ଇନ୍ସୁରାନ୍ସ ଏବଂ ପୋଷ୍ଟାଲ ଡିପୋଜିଷ୍ଟ ୧ କୋଟି ୭୨ ଲକ୍ଷ ୩୫ ହଜାର ୯ ଶହ ୪୬ ଟଙ୍କା ରହିଛି l ନଗଦ ୧ ଲକ୍ଷ ୪୯ ହଜାର ଟଙ୍କା l ଗୋଟିଏ ମାରୁତି ସ୍ବିଫ୍ଟ ଡିଜାୟାର ୨ ଟି ଦୁଇ ଚକିୟା ଯାନ ଗୋଟିଏ ଲକର ଷ୍ଟେଟ ବ୍ୟାଙ୍କ ବଲାଙ୍ଗୀର ଶାଖା ରେ ଥିବାବେଳେ, ତାଙ୍କ ଭାଇ ଙ୍କ ନାମରେ ଗୋଟିଏ ପ୍ରେଟ୍ରୋଲ ପମ୍ପ, ପ୍ଲ୍ୟାୟସ ଇଟା ଫେକ୍ଟରୀ, ଜେସିବି ମେସିନ ମଧ୍ୟ ଭାଇ ଙ୍କ ନାମରେ ଥିବା ଜଣାପଡିଛି l ଆହୁରି କେତେ ସମ୍ପତ୍ତି ର ମାଲିକ ତାହା ସମ୍ପୂର୍ଣ୍ଣ ଯାଞ୍ଚ ପରେ ଜଣା ପଡିବ ବୋଲି ଜଣାଯାଇଛି l ସୁବର୍ଣ୍ଣପୁର ରୁ କିଶୋର ହୋତା ଙ୍କ ରିପୋର୍ଟ ଦି ଟାଇମ୍ସ ଅଫ କଳିଙ୍ଗ l