କଟକ ର ଲୋକପ୍ରିୟ ଜନନେତା,ଘରେ ଘରେ ସୁପରିଚିତ ଭାଜପା ର ବରିଷ୍ଠ ନେତା ତଥା ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେ ଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜବାହରଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମ୍ କଟକ ଠାରେ ଅନୁଷ୍ଠିତ ହୋଇଥିଲା।ରାଜ୍ୟ ଭାଜପା ସଭାପତି ଶ୍ରୀ ମନମୋହନ ସାମଲ ଙ୍କ ଦ୍ଵାରା ଆହୂତ,କଟକ ନଗର ବିଜେପି ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଙ୍କ ସଂଚଳିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ସମେତ ଓଡ଼ିଶାର ମନ୍ତ୍ରୀ ପରିଷଦ,ବିଧାୟକ,ସାଂସଦ ତଥା ରାଜ୍ୟ ଓ କେନ୍ଦ୍ରୀୟ ନେତୃମଣ୍ଡଳୀ ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ ଯୋଗଦେଇଥିଲେ।ଅନ୍ୟତମ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ,ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ବଂଶୀ ସୁରଜ,କଟକର ମେୟର ଶ୍ରୀ ସୁବାସ ସିଂ,ସମ୍ବଲପୁର ବିଧାୟକ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର,କଟକ ମହାନଗର ପୂଜା କମିଟି ସମ୍ପାଦକ ଶ୍ରୀ ପ୍ରଭାତ ତ୍ରିପାଠୀ, କେନ୍ଦ୍ରାପଡା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା,କଟକ ସଦର ବିଧାୟକ ଇ° ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଦାଦା ଙ୍କ ସ୍ମୃତି ଚlରଣ କରିଥିଲେ।ଉକ୍ତ ସଭାରେ ପ୍ରାୟ ୩୦୦୦ ରୁ ଉର୍ଦ୍ଧ୍ବ ସଂଖ୍ୟା ହୋଇଥିବା ଜଣାପଡିଛି।
କଟକ ରୁ ଅଫସର ଅଲ୍ଲୀ ଙ୍କ ରିପୋର୍ଟ ଟାଇମ୍ସ ଅଫ୍ କଳିଙ୍ଗ।