୧ ୭ତମ ବାର୍ଷିକ ସୁକିନ୍ଦା ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣମେଟ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଅଛି ଯାଜପୁର ଜିଲ୍ଲାର ଅନ୍ୟତମ ସର୍ବପୁରାତନ ହାଇସ୍କୁଲ ଜଗନ୍ନାଥ ହାଇସ୍କୁଲର ୧୯୮୮ ମସିହା ମେଟ୍ରିକ ବ୍ୟାଚରୁ ୨୦୦୮ ମେଟ୍ରିକ ବ୍ୟାଚ ପର୍ଯ୍ୟନ୍ତ ୨୦ଟି ମେଟିକ ବ୍ୟାଚକୁ ନେଇ ଅନୁଷ୍ଠିତ ହେଉଥିବା ସୁକିନ୍ଦା ପ୍ରମିୟର ଲିଗ୍‌ର ଉଦ୍‌ଘାଟନି ମ୍ୟାଚରେ ଟସ୍ ଜିତି ସୁକିନ୍ଦା ପ୍ରେସ କ୍ଲବ ପ୍ରଥମେ ବୋଲିଂ କରିବାର ନିଷ୍ପତ୍‌ତି ନେଇଥିଲା। ସୁକିନ୍ଦାର ବହୁ ପ୍ରତିଷ୍ଠିତ ପୁରାତନ ଖେଳାଳିଙ୍କୁ ନେଇ ଗଠିତ ଗୋଲ୍ଡେନ ଇରା କ୍ରିକେଟ ଟିମ ବ୍ୟାଟିଂ କରିବାକୁ ପଡିଆକୁ ପ୍ରବେଶ କରିଥିଲା। ଦଳ ପକ୍ଷରୁ ବିଜୟ ଦ୍ବିବେଦୀ ସର୍ବାଧ‌ିକ ୨୩ ବଲରେ ୪ ୩ରନ୍ ଓ ଚପଳେନ୍ଦ୍ର ବେହୁରା ୨୮ ବଲରେ ୩୨ରନ ସଂଗ୍ରହ କରିଥିଲେ। ଦଳ ନିର୍ଦ୍ଧାରିତ ୧୨ ଓଭରରେ ୩ଗୋଟି ଉଇକେଟ ହରାଇ ୧୦୭ ରନ ସଂଗ୍ରହ କରିଥିଲା। ୧୦୭ରନ୍‌ର ବିଶାଳ ୟୋର ପିନ୍ଧା କରି ସୁକିନ୍ଦା ପ୍ରେସ କ୍ଲବ ନିର୍ଦ୍ଧାରତି ଓଭରରେ ୩ ଗୋଟି ଉଇକେଟ ହରାଇ ମୋଟ ୮୧ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଉଦ୍‌ଘାଟନୀ ମ୍ୟାଚରେ ଗୋଲ୍ଡେନ ଇରା ୨୬ ରନରେ ବିଜୟ ହାସଲ କରିଥିଲା। ୧୭ତମ ସୁକିନ୍ଦା ପ୍ରିମିୟର ଲିଗ୍‌ର ଉଦ୍‌ଘାଟନୀ ଉତ୍ସବରେ ସୁକିନ୍ଦା ତହସିଲଦାର ମାସନ ରଂଜନ ତ୍ରିପାଠୀ ମୁଖ୍ୟ ଅତିଥୁ ଓ ସୁକିନ୍ଦା ଆଇଆଇସି ବିଲ୍ଵମଙ୍ଗଳ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖେଳକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉତ୍ସବରେ ସୁକିନ୍ଦା ପ୍ରେସ୍ କ୍ଲବର ସଭାପତି ବିଶ୍ଵଜିତ ନାୟକ,କ୍ରୀଡାବିତ ଅଜୟ କୁମାର ବେହୁରା,ଦୁଖ୍ୟବନ୍ଧ ଓଝା,ପୁର୍ବତନ ଜିଲ୍ଲା ପରିଷଦ ରମଣୀରଞ୍ଜନ ବଳସାମନ୍ତ, ନୀଳମାଧବ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମସ୍ତ ମ୍ୟାଚକୁ ଦ୍ବିଜେନ୍ଦ୍ର ଘୋଷ ଓ ଦେବାଶିଷ ମହାପାତ୍ର ପରିଚାଳନା କରିଥିଲେ । ସୁକିନ୍ଦା ଜଗନ୍ନାଥ ହାଇସ୍କୁଲର ୧୯୯୬ ମେଟୁଜି ବ୍ୟାଚ ଆୟୋଜକ ଭାବେ ଏହି ଖେଳକୁ ପରିଚାଳନା କରୁଛନ୍ତି ।

ଯାଜପୁର ରୁ ସେଖ ଜହୁର ଙ୍କ ରିପୋର୍ଟ..

Leave a Reply

Your email address will not be published. Required fields are marked *